ଗଜା ବାହାରିଥିବା ଆଳୁ ଖାଉଥିଲେ ସତର୍କ ରୁହନ୍ତୁ

ଭାରତୀୟଙ୍କର ଆଳୁ ଏକ ପ୍ରମୁଖ ପରିବା। ବିନା ଆଳୁରେ ଭାରତୀୟଙ୍କ  ଖାଦ୍ୟ ଅଧୁରା । ଏଣୁ ବିନା ଆଳୁରେ ଚଟ୍ ପଟି ଖାଦ୍ୟର ଭାରତରେ ପରିକଳ୍ପନା ମଧ୍ୟ କରାଯାଇ ନପାରେ।  ଆଳୁରେ ପ୍ରଚୁର ପରିମାଣରେ ସୋଡା, ପଟାସ, ଭିଟାମିନ୍-ଏ ଓ ଡି ଭରି ରହିଥାଏ। ତେବେ ଆଳୁ ଖାଇବା ବେଳେ ସତର୍କତା ଅବଲମ୍ୱନ କରାଯିବା ନିହାତି ଦରକାର। ବିଶେଷ କରି ଯେତେବେଳେ ଆଳୁ ଗଜା ହେବାକୁ ଯାଉଥାଏ ସେତେବେଳେ ଏଭଳି ଆଳୁ ଖାଦ୍ୟୋପଯୋଗୀ ହୋଇନଥାଏ।

ଆଳୁରେ ଗଜା ବାହାରିଲାଣିମାନେ ଜାଣିନେବା ଦରକାର ଯେ ଏହା ଏବେ ରସାୟନିକ ପ୍ରକ୍ରିୟା ଦେଇ ଗତି କରୁଛି। ଏହା ଖାଦ୍ୟ ଅନୁପଯୋଗୀ। ଏହା ସତ୍ତ୍ୱେ ଯଦି ଏଭଳି ଆଳୁକୁ ଖାଦ୍ୟ ଭାବେ ପ୍ରସ୍ତୁତ କରାଯାଏ ତେବେ ତାହା ଆମ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାର ହୋଇପାରେ। ଆଳୁ ଅଙ୍କୁରିତ ହେଉଥିବା ସମୟରେ ଏଥିରୁ ମିଳୁଥିବା କାର୍ବୋହାଇଡ୍ରେଟ୍ ଷ୍ଟ୍ରେଚ୍ ରେ ପରିବର୍ତିତ ହୋଇଥାଏ। ଯାହାକୁ ଖାଦ୍ୟରେ ଗ୍ରହଣ କରାଗଲେ ଶରୀରରେ ଟକ୍ସିକ୍ ମାତ୍ରା ବଢିଯାଏ।

ଏହା ଛଡା ଅଙ୍କୁରିତ ଆଳୁରେ ସୋଲୋନିନ୍ ଓ ଚାସୋନିନ୍ ନାମକ ହାନିକାରକ ରସାୟନର ମାତ୍ରା ବଢିଯାଏ। ଯାହାକୁ ଗ୍ଲାକୋଲୋକଲ୍ଡସ ପୟଜନ କୁହାଯାଏ। ଫଳରେ ଆଳୁର ଖାଦ୍ୟଗୁଣକୁ ଏହା ନଷ୍ଟ  କରିଦେବା ସହ ଏଭଳି ଆଳୁରେ ଖାଦ୍ୟ ପଦାର୍ଥ ରୋଷେଇ କରି ଖାଇଲେ ମୁଣ୍ଡବିନ୍ଧା, ମାଇଗ୍ରେନ, ଡାୟରିଆ ଓ ପେଟ ସମ୍ପର୍କିତ ସମସ୍ୟାର କାରଣ ହୋଇଥାଏ।  ଖାଦ୍ୟରେ ଗ୍ଲାକୋଲୋକଲ୍ଡସର ଉପସ୍ଥିତି ଶରୀରରେ ସ୍ନାୟବିକ ପ୍ରଣାଳୀ ନିମନ୍ତେ ମଧ୍ୟ ହାନିକାରକ ହୋଇଥାଏ। କେବଳ ଅଙ୍କୁରିତ ଆଳୁ ନୁହେଁ ନେଳି ଆଳୁ ମଧ୍ୟ ଖାଇବା କଥା ନୁହେଁ। କେବେ କେବେ ଖାଦ୍ୟରେ ପଡି ଯାଇଥିବା ଏହି ଆଳୁ ଫୁଡ ପଏଜନିଂର କାରଣ ହୁଏ।

Related Articles

Leave a Reply

Your email address will not be published.

Back to top button