କୋଳାଗ୍ରତ ଦ୍ୱାରା ହ୍ରାସ ପାଏ ଅବସାଦ

କଠିନ ପରିସ୍ଥିତିରେ ଯଦି କେହି ନିଜର ବା ଆତ୍ମୀୟ କୋଳାଗ୍ରତ କରନ୍ତି, ତାହେଲେ ଅବସାଦ କମିଥାଏ । ଆଉ ଏହା ମହିଳାଙ୍କଠାରେ ଅଧିକ ଦେଖିବାକୁ ମିଳିଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି । ୭୬ଜଣଙ୍କ ଉପରେ କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି ଯେତେବେଳେ ଜଣେ ମହିଳା କୌଣସି ନିଜର ବ୍ୟକ୍ତିଙ୍କୁ କୋଳାଗ୍ରତ କରନ୍ତି, ତାଙ୍କଠାରେ କୋର୍ଟିସୋଲ ହର୍ମୋନ୍ ଉତ୍ପନ୍ନ କମ୍ ହୁଏ । ତେବେ ଏହା କୌଣସି ପୁରୁଷଙ୍କୁ କୋଳାଗ୍ରତ କରିବା ଦ୍ୱାରା ହୋଇ ନ ଥାଏ । ଏ ଅଧ୍ୟୟନ ଆମେରିକାର ଏରିଜୋନା ବିଶ୍ୱବିଦ୍ୟାଳୟରେ କରାଯାଇଛି । କୌଣସି ବ୍ୟକ୍ତିଙ୍କୁ ସ୍ନେହପୂର୍ବକ କୋଳାଗ୍ରତ କରିବା ଦ୍ୱାରା ଅକ୍ସିଟୋସିନ୍ ହର୍ମୋନ୍ ଉତ୍ପନ୍ନ ହୋଇଥାଏ । ଉକ୍ତ ହର୍ମୋନ୍ କୋର୍ଟିସୋଲ ହର୍ମୋନ୍ ପ୍ରଭାବକୁ କମ୍ କରିଥାଏ ।

ଅନ୍ୟପକ୍ଷରେ ୨୦୧୮ରେ ମଧ୍ୟ ଏଭଳି ଏକ ଗବେଷଣା କରାଯାଇଥିଲା । ଏଥିରେ ସାମ୍ନାକୁ ଆସିଥିଲା, କୌଣସି ନକାରାତ୍ମକ ଘଟଣା ପରେ ନିଜର ଲୋକଙ୍କୁ କୋଳାଗ୍ରତ କରିବା ଦ୍ୱାରା ଭଲ ଅନୁଭବ ହୋଇଥାଏ । ସେହିପରି ଗବେଷକ ଏ କଥା ବି କହିଛନ୍ତି, କୋଳାଗ୍ରତ କରିବା ପୂର୍ବରୁ ଜାଣିବା ଜରୁରି ସାମ୍ନା ଲୋକର ତାହା ଆବଶ୍ୟକ ଅଛି କି ନାହିଁ । ଅବଶ୍ୟ ଏହା ପଛରେ ସାମାଜିକ କାରଣ ମଧ୍ୟ ଥାଇପାରେ । ତେବେ କେତେକ ପୁରୁଷ କୋଳାଗ୍ରତକୁ ପସନ୍ଦ କରି ନ ଥାନ୍ତି । କାରଣ ସାମାଜିକ ଭାବେ ପୁରୁଷଙ୍କ ଲାଗି ଏହା ଅସାମାନ୍ୟ ବି ହୋଇପାରେ ।

Related Articles

Leave a Reply

Your email address will not be published.

Back to top button