ରାଘବଙ୍କ ପ୍ରେମରେ ଶେହନାଜ୍

ପଞ୍ଜାବର କ୍ୟାଟ୍ରିନା କୈଫ୍ ଶେହନାଜ ଗିଲ୍ ଏବେ ପ୍ରେମରେ ପଡ଼ିଛନ୍ତି । ସେ କୁଆଡ଼େ ହୋଷ୍ଟ ତଥା ଡ୍ୟାନ୍ସର ରାଘବ ଜୁୟାଲଙ୍କୁ ଡେଟ୍ କରୁଛନ୍ତି । ଶେହନାଜ ‘କଭି ଇଦ୍ କଭି ଦିୱାଲି’ରେ ବଲିଉଡକୁ ଡେବ୍ୟୁ କରିବେ । ଆଉ ଏହି ଫିଲ୍ମରେ ରାଘବ ମଧ୍ୟ ଅଛନ୍ତି । ଏହା ସହ ସୁଟିଂ ସେଟ୍‌ରୁ ଦୁହିଁଙ୍କ ଭିତରେ ଦିନକୁ ଦିନ ଘନିଷ୍ଠତା ବଢ଼ୁଥିବା କୁହାଯାଉଛି । ଏପରିକି ଅନେକ ସମୟରେ ଦୁହେଁ ବିଭିନ୍ନ ସ୍ଥାନରେ ଏକାଠି ନଜର ମଧ୍ୟ ଆସୁଛନ୍ତି । ଅନ୍ୟପକ୍ଷରେ ଦୁହିଁଙ୍କ ଫଟୋ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ତେବେ ଏ ବାବଦରେ ଦୁହେଁ କିଛି ସ୍ପଷ୍ଟ କରି ନାହାନ୍ତି । ଅବଶ୍ୟ ଏ କଥାରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ଅଭିନେତା ସିଦ୍ଧାର୍ଥଙ୍କ ଯିବା ପରେ ଶେହନାଜ ନିଜ ଜୀବନରେ ଧୀରେ ଧୀରେ ଆଗକୁ ବଢ଼ୁଛନ୍ତି ।

Related Articles

Leave a Reply

Your email address will not be published.

Back to top button