ଚର୍ଚ୍ଚାରେ ‘କ୍ରିସ୍-୪’

ଆଗାମୀ ନୂଆ ବଲିଉଡ୍ ଫିଲ୍ମ ‘କ୍ରିସ୍-୪’କୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ବିଗ୍ ବଜେଟ୍ରେ ଏହାକୁ ପ୍ରସ୍ତୁତ କରାଯିବ । ତେବେ ଫିଲ୍ମର ତୃତୀୟ ଭାଗ ଯେଉଁଠୁ ଶେଷ ହୋଇଥିଲା କ୍ରିସ୍ ୪ର କାହାଣୀ ସେହିଠାରୁ ଆରମ୍ଭ ହେବ । ଅବଶ୍ୟ ଏହି ନୂଆ କାହାଣୀରେ ଅନେକ ଟ୍ୱିଷ୍ଟ୍ ଦେଖିବାକୁ ମିଳିବ । ଅନ୍ୟପଟେ ଫିଲ୍ମରେ ଏଭଳି କିଛି ଆକ୍ସନ ଦୃଶ୍ୟ ଦେଖିବାକୁ ମିଳିବ, ଯାହାକୁ ଦର୍ଶକେ ପୂର୍ବରୁ କେବେ ଦେଖି ନ ଥିବା କୁହାଯାଉଛି । ନିର୍ଦ୍ଦେଶକ ରାକେଶ ରୋଶନ ଫିଲ୍ମର କାହାଣୀ ଲେଖୁଛନ୍ତି ଏବଂ ଫିଲ୍ମର ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ କାମ ଜାରି ରଖିଛନ୍ତି । ତେବେ କ୍ରିସ୍ ଫ୍ରାଞ୍ଚାଇଜ୍ର ପ୍ରଥମ ଫିଲ୍ମ ‘କୋଇ ମିଲ୍ ଗୟା’ ୨୦୦୩ରେ ମୁକ୍ତିଲାଭ କରିଥିଲା । ସେହିପରି ୨୦୦୬ରେ ‘କ୍ରିସ୍’ ରିଲିଜ୍ ହୋଇଥିବା ବେଳେ ୨୦୧୩ରେ ମୁକ୍ତିଲାଭ କରିିଥିଲା ‘କ୍ରିସ୍ ୩’ । ଏହି ତିନିଟି ଫିଲ୍ମ ବଲିଉଡ୍ରେ ସଫଳ ସାବ୍ୟସ୍ତ ହୋଇଥିଲା ଏବଂ ଦର୍ଶକେ ଏହାକୁ ଖୁବ୍ ପସନ୍ଦ ମଧ୍ୟ କରିଥିଲେ ।