ଆକାଂକ୍ଷାଙ୍କ ପ୍ରେମରେ ଟାଇଗର୍‌

ବଲିଉଡ୍‌ର ହ୍ୟାଣ୍ଡସମ୍ ହଙ୍କ୍ ଟାଇଗର୍ ଶ୍ରଫ୍‌ଙ୍କ ପ୍ରତି ଝିଅମାନେ ଆକର୍ଷିତ ହେବାର ଦେଖାଯାଏ । ହେଲେ କ’ଣ ଲାଭ ହେବ । ଟାଇଗର୍ ତ ପୂର୍ବରୁ ଦିଶା ପାଟନୀଙ୍କ ପ୍ରେମରେ ପଡ଼ିଯାଇଥିଲେ । କିନ୍ତୁ ଏବେ ଲାଗୁଛି ଆଉ ଜଣେ ସୁନ୍ଦରୀ ଝିଅ ପ୍ରତି ଆକର୍ଷିତ ହୋଇଛନ୍ତି ଟାଇଗର୍ । ଦିଶା ପାଟନୀଙ୍କ ସହିତ ବ୍ରେକ୍‌ଅପ୍ ପରେ ଟାଇଗର୍ ପୁଣି ଥରେ ପ୍ରେମରେ ପଡ଼ିଯାଇଛନ୍ତି । ଏହି ସୁନ୍ଦରୀ ଜଣକ ହେଉଛନ୍ତି ଆକାଂକ୍ଷା ଶର୍ମା । ଆକାଂକ୍ଷାଙ୍କ ସହିତ ଟାଇଗର୍ ପୂର୍ବରୁ ମ୍ୟୁଜିକ୍ ଭିଡିଓରେ କାମ କରିସାରିଛନ୍ତି । ଜିନ୍‌କେ ନାମ୍ କ୍ୟାସ୍‌ନୋଭା ଓ ଆଇ ଆମ୍ ଡିସ୍କୋ ଡ୍ୟାନ୍ସର ଗୀତରେ ଏ ଦୁଇ ଜଣଙ୍କ ଜବରଦସ୍ତ କେମିଷ୍ଟ୍ରି ଦେଖିବାକୁ ମିଳିଥିଲା । ଶୁଣିବାକୁ ମିଳୁଛି ଯେ ଏ ଦୁଇଜଣ ପରସ୍ପରର କମ୍ପାନୀକୁ ଖୁବ୍ ପସନ୍ଦ କରିଛନ୍ତି । ଟାଇଗର୍ କିନ୍ତୁ ଆକାଂକ୍ଷାଙ୍କୁ ଡେଟ୍ କରୁଥିବାର ଖବରକୁ ଖଣ୍ଡନ କରିଛନ୍ତି । କିନ୍ତୁ ବିନା ନିଆଁରେ ଧୁଆଁ ବାହାରେ ନାହିଁ ପରି ନିକଟରେ ଏମାନଙ୍କ ମଧ୍ୟରେ ହୋଇଥିବା ଇନ୍‌ଷ୍ଟାଗ୍ରାମ ଚାଟ୍ ଭାଇରାଲ୍ ହୋଇଛି । ଏବେ ଜାଣିବା ଆକାଂକ୍ଷାଙ୍କ ବିଷୟରେ । ଆକାଂକ୍ଷା ହେଉଛନ୍ତି ଜଣେ ମଡେଲ୍ ଓ ଅଭିନେତ୍ରୀ । ଅନେକ ବିଜ୍ଞାପନ ଓ ଫିଲ୍ମରେ ଆକାଂକ୍ଷାକୁ ଦେଖିବାକୁ ମିଳିଛି । ସେ ମହେଶ ବାବୁ, କାର୍ତ୍ତିକ ଓ ବରୁଣ ଧୱନଙ୍କ ପରି କଳାକାରମାନଙ୍କ ସହିତ କାମ କରିଛନ୍ତି । ୨୦୨୦ରେ ଦକ୍ଷିଣ ଭାରତୀୟ ଫିଲ୍ମ ‘ତ୍ରିବିକ୍ରମ’ ଜରିଆରେ ଫିଲ୍ମି ଦୁନିଆରେ ପ୍ରବେଶ କରିଥିଲେ ଆକାଂକ୍ଷା । ଇନ୍‌ଷ୍ଟାରେ ଆକାଂକ୍ଷାଙ୍କର ଅଛନ୍ତି ୬୮୪କେ ଫଲୋଅର୍ସ ଅଛନ୍ତି । ଆକାଂକ୍ଷା ଯେତେ ସୁନ୍ଦର ସେତେ ସୁନ୍ଦର ତାଙ୍କର ଅନ୍ଦାଜ ।

Related Articles

Leave a Reply

Your email address will not be published.

Back to top button