ଏକାଠି ନଜର ଆସିବେ ବିକି ଓ ସାରା

ମୁମ୍ବାଇ: ବଲିଉଡ ଅଭିନେତା ବିକି କୌଶଲ ଓ ସାରା ଅଲି ଖାନଙ୍କ ଯୋଡିକୁ ଏବେ ବଡ଼ପରଦାରେ ଦେଖିବେ ଦର୍ଶକ। ବଡ଼ପରଦାରେ ରୋମାନ୍ସ କରିବେ ଏହି ଯୋଡି । ଏନେଇ ଜିଓ ଷ୍ଟୁଡିଓ ନିଜର ଆଗାମୀ ଚଳଚ୍ଚିତ୍ର ଏବଂ ୱେବ ସିରିଜ ଘୋଷଣା କରିସାରିଛି। ଏଥିରେ ବିକି ଏବଂ ସାରାଙ୍କ ଆଗାମୀ ଚଳଚ୍ଚିତ୍ରର ଟାଇଟଲ ମଧ୍ୟ ଘୋଷଣା କରାଯାଇଥିଲା। ବିକି-ସାରାଙ୍କ ଆଗାମୀ ଚଳଚ୍ଚିତ୍ରର ନାମ ହେଉଛି ‘ଜରା ହଟ୍‌କେ ଜରା ବଚ୍‌କେ’ ରହିଛି। ଏହାକୁ ଲକ୍ଷ୍ମଣ ଉଟେକର ନିର୍ଦ୍ଦେଶନା ଦେଇଛନ୍ତି। ଏହି ଚଳଚ୍ଚିତ୍ରରେ ଦର୍ଶକ ମଜାଳିଆ ରୋମାଣ୍ଟିକ ଦୃଶ୍ୟ ଦେଖିବାକୁ ପାଇବେ। ନିକଟରେ ଫିଲ୍ମର ସେଟରୁ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭାଇରାଲ ଫଟୋରେ ସାରା ଏକ ନୀଳ ଓ ଲାଲ ରଙ୍ଗର ସୁନ୍ଦର ଶାଢ଼ି ସହିତ ମଙ୍ଗଲସୁତ୍ର ପିନ୍ଧିଥିବା ବେଳେ ବିକି କାଜୁଆଲ ପୋଷାକରେ ବାଇକ୍‌ ଚଳାଉଥିବାର ନଜର ଆସିଥିଲେ। ଦୁହିଁଙ୍କ କ୍ୟାମେଷ୍ଟ୍ରିକୁ ପରଦାରେ ଦର୍ଶକ ନିଶ୍ଚୟ ପସନ୍ଦ କରିବେ ବୋଲି ଦାବି କରାଯାଇଛି। ଏଥିରେ ଦର୍ଶକଙ୍କ ଭରପୂର ମନୋରଞ୍ଜନ ହେବ ବୋଲି କୁହାଯାଉଛି।

Related Articles

Leave a Reply

Your email address will not be published.

Back to top button