ଟ୍ରୋଲ ହେଲେ ପରିଣିତି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା ଏବେ ତାଙ୍କ ବିବାହକୁ ନେଇ ଚର୍ଚ୍ଚାରେ ରହୁଛନ୍ତି। ଏବେ ସେ ଏକ ନୂଆ ଇନିଙ୍ଗସ୍‌ ଆରମ୍ଭ କରିବାକୁ ଯାଉଥିବାରୁ ଖୁବ ବିଜି ଥିବା ଦେଖାଯାଇଛି। ନିକଟରେ ତାଙ୍କୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ସ୍ପଟ କରାଯାଇଥିଲା। ନିଜର ଚୁଲବୁଲି ଅନ୍ଦାଜକୁ ନେଇ ପପୁଲାର ଥିବା ଅଭିନେତ୍ରୀ କିନ୍ତୁ ରବିବାର ରାତିରେ ଖୁବ ରାଗିଥିବା ଦେଖାଯାଇଥିଲା। ଚିଡଚିଡାପଣ ତାଙ୍କ ମୁହଁରେ ସ୍ପଷ୍ଟ ବାରି ହୋଇ ପଡୁଥିଲା। ସବୁବେଳେ ଷ୍ଟାରବ୍ୟାଗସ୍‌ ପାଇଁ ହସୁଥିବା ପୋଜ ଦେଉଥିବା ଓ ସେମାନଙ୍କ ସହ କଥା ହେଉଥିବା ପରିଣିତି କିନ୍ତୁ ଏଥର ସମ୍ପୂର୍ଣ୍ଣ ଭିନ୍ନ ଅନ୍ଦାଜରେ ନଜର ଆସିଥିଲେ। ଫଳରେ ଏଥିପାଇଁ ତାଙ୍କୁ ଟ୍ରୋଲ ହେବାକୁ ପଡିଛି। ଭିରଲ ଭୟାନିଙ୍କ ଦ୍ୱାରା ଅପଲୋଡ କରାଯାଇଥିବା ଭିଡିଓ ଇଣ୍ଟରନେଟରେ ଆସିବା ପରେ ଫ୍ୟାନ୍ସ ତାଙ୍କୁ ଅସଭ୍ୟ ଓ ଅହଂକାରୀ କହିବାକୁ ପଛାଇ ନାହାନ୍ତି। ରେଡ କଲର କୋ-ଅର୍ଡ ସେଟ ପିନ୍ଧିଥିବା ପରିଣିତି ଖୁବ ଉଦାସ ଲାଗୁଥିଲେ। ସେ ତାଙ୍କ ଷ୍ଟାଫ ଓ ବଡିଗାର୍ଡଙ୍କ ସହ ବାହାରକୁ ଆସିବା ବେଳେ କିନ୍ତୁ ଫଟୋ କି ଭିଡିଓ କରିବାକୁ ସିଧା ମନାକରି ଦେଇଥିଲେ। ପରେ ତାଙ୍କ ଟିମ ଆଗକୁ ଆସି ତାଙ୍କୁ ବ୍ଲକ କରି ଦେଇଥିଲେ। ଏହି ଭିଡିଓଟି ପୋଷ୍ଟ କରାଯିବା ପରେ କମେଣ୍ଟ ସେକସନରେ ଭିନ୍ନ ଭିନ୍ନ ପ୍ରକାର କମେଣ୍ଟ କରାଯାଇଛି। କିଏ କହିଛନ୍ତି ଜଣେ ରାଜନେତାଙ୍କ ପତ୍ନୀ ହେବାକୁ ଯାଉଥିବାରୁ ଏବେଠାରୁ ସେ ଏମିତି ଡ୍ରେସ ପିନ୍ଧିବା ଆରମ୍ଭ କଲେଣି। ଆଉ କେହି ଲେଖିଛନ୍ତି ଲାଗୁଛି ରାଘବଙ୍କ ସହ ଝଗଡା ହୋଇଛି। ଆଉ କେହି ଲେଖିଛନ୍ତି ଡ୍ରାମେ ଦେଖୋ ଇସେ। ଅନ୍ୟଜଣେ ଲେଖିଛନ୍ତି, ହୁଏତ ରାଘବ ଆଜି ପଚାରି ନାହାନ୍ତି ଖାଇଛ କି ନା। ଏମିତି ଭିନ୍ନ ଭିନ୍ନ କମେଣ୍ଟ କରି ପରିଣିତିଙ୍କୁ ଟ୍ରୋଲ କରାଯାଇଛି।

Related Articles

Leave a Reply

Your email address will not be published.

Back to top button