ମା’ ହେବେ ଅଭିନେତ୍ରୀ ଇଲିଆନା ଡି କ୍ରୁଜ

ନୂଆଦିଲ୍ଲୀ: ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି ସାଉଥ ଲୋକପ୍ରିୟ ଅଭିନେତ୍ରୀ ଇଲିଆନା ଡି କ୍ରୁଜ। ସୋସିଆଲ ମିଡିଆରେ ସୁନ୍ଦର ମନୋକ୍ରୋମ୍ ଫଟୋ ପୋଷ୍ଟ ସେୟାର କରି ଗର୍ଭଧାରଣ ବିଷୟରେ ଖୁଲାସା କରିଛନ୍ତି ଅଭିନେତ୍ରୀ । ଖବର ଶୁଣି ତାଙ୍କ ପ୍ରଶଂସକ ଏବଂ ବନ୍ଧୁବର୍ଗ ତାଙ୍କୁ ଶୁଭକାମନା ଜଣାଇଛନ୍ତି । ଏଥିସହ ଇଲିଆନା ଡି କ୍ରୁଜଙ୍କ ମା’ ସମୀରା ଡି’କ୍ରୁଜ ମଧ୍ୟ ଏହି ଖୁସି ଖବର ଶୁଣି କମେଣ୍ଟ ଦେଇଛନ୍ତି । ଅଭିନେତ୍ରୀ ତାଙ୍କ ଇନଷ୍ଟାଗ୍ରାମରେ ୨ଟି ସୁନ୍ଦର ମନୋକ୍ରୋମ୍ ଫଟୋ ସହ ମା’ ହେବାର ଖୁସି ଖବର ସେୟାର କରିଛନ୍ତି । ସେୟାର କରିଥିବା ପ୍ରଥମ ଫଟୋରେ ଟି-ସାର୍ଟ ରହିଛି । ଯେଉଁଥିରେ ‘ଆଣ୍ଡ ସୋ ଦି ଆଡଭେଞ୍ଚର୍‌ ବିଗିନ୍ସ’ ଲେଖା ହୋଇଛି । ଅନ୍ୟଟି ଅଭିନେତ୍ରୀ ପିନ୍ଧିଥିବା ଏକ ପେଣ୍ଡାଲର ଏକ କ୍ଲୋଜ ଅପ୍ ଫଟୋ ଅଟେ । ଯେଉଁଥିରେ ‘ମାମା’ ଲେଖାଯାଇଛି। ତେବେ ଉଭୟ ଫଟୋ ସେୟାର କରି ଇଲିଆନା କ୍ୟାପସନ୍ ଦେଇଛନ୍ତି, ‘ଶୀଘ୍ର ଆସିବ । ତୁମକୁ ଭେଟିବାକୁ ଅପେକ୍ଷା କରିପାରିବି ନାହିଁ। ଅଭିନେତ୍ରୀଙ୍କ ଏହି ପୋଷ୍ଟ ସେୟାର ହେବା ପରେ ତାଙ୍କ ଫ୍ୟାନ୍ସ ଏବଂ ବନ୍ଧୁବର୍ଗ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏଥିସହ ଇଲିଆନା ଡି’କ୍ରୁଜଙ୍କ ମା’ ସମୀରା ଡି’କ୍ରୁଜ ମଧ୍ୟ ଏହି ଖବର ଶୁଣି ପ୍ରତିକ୍ରିୟା ଦେଇଛନ୍ତି । ସେ ହାର୍ଟ ଇମୋଜି ସହ କମେଣ୍ଟରେ ଲେଖିଛନ୍ତି, “ଶୀଘ୍ର ମୋର ଗ୍ରାଣ୍ଡ ବେବିକୁ ଏ ଦୁନିଆକୁ ସ୍ବାଗତ କରିବା ପାଇଁ ଆଉ ଅପେକ୍ଷା କରି ହେଉନାହିଁ ।” ସେହିପରି ଫ୍ୟାନ୍ସମାନେ ଏବଂ ବନ୍ଧୁମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Related Articles

Leave a Reply

Your email address will not be published.

Back to top button