ପଶ୍ଚିମବଙ୍ଗରେ ରିଲିଜ ହେବ ‘ଦ କେରଲା ଷ୍ଟୋରି’ , ବ୍ୟାନ ହଟାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଫିଲ୍ମ ‘ଦ କେରଲା ଷ୍ଟୋରି’ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ଗୁରୁବାର ସୁପ୍ରିମକୋର୍ଟ ହଟାଇ ଦେଇଛନ୍ତି। ବର୍ତ୍ତମାନ ଏହି ଚଳଚ୍ଚିତ୍ର ପଶ୍ଚିମବଙ୍ଗରେ ମଧ୍ୟ ମୁକ୍ତିଲାଭ କରିବ। ଏହି ମାମଲାର ଶୁଣାଣି ବେଳେ ସିଜେଆଇ କହିଛନ୍ତି, ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ମେ’୮ରେ ଫିଲ୍ମ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ଆମେ ହଟାଉଛୁ। ଏହି ବ୍ୟାନର କୌଣସି ସଠିକ୍‌ ଆଧାର ନଜର ଆସୁନାହିଁ। ପଶ୍ଚିମବଙ୍ଗରେ ‘ଦ କେରଲା ଷ୍ଟୋରି’ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ବିରୋଧରେ ଫିଲ୍ମ ନିର୍ମାତା ଦାଖଲ କରିଥିବା ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ସୁପ୍ରିମକୋର୍ଟ ତାମିଲନାଡୁ ସରକାରଙ୍କୁ ଫିଲ୍ମର ସ୍କ୍ରିନିଂ ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଏବଂ ଦର୍ଶକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

Related Articles

Leave a Reply

Your email address will not be published.

Back to top button