ନନ୍ଦିନୀ ଗୁପ୍ତା ଫେମିନା ମିସ୍ ଇଣ୍ଡିଆ

ନୂଆଦିଲ୍ଲୀ: ରାଜସ୍ଥାନର ୧୯ ବର୍ଷିୟା ନନ୍ଦିନୀ ଗୁପ୍ତା ଫେମିନା ମିସ୍ ଇଣ୍ଡିଆ ମୁକୁଟ ପିନ୍ଧିଛନ୍ତି। ସେ ଏବେ ଦେଶର ୫୯ ମିସ୍  ଇଣ୍ଡିଆ ହୋଇଛନ୍ତି। ପୂର୍ବତନ ମିସ୍ ଇଣ୍ଡିଆ ସିନି ସେଟ୍ଟି ତାଙ୍କୁ ମୁକୁଟ ପିନ୍ଧାଇଥିଲେ। ଏହି ପ୍ରତିଯୋଗିତାରେ ଦିଲ୍ଲୀର ଶ୍ରେୟା ପୁଞ୍ଜା ପ୍ରଥମ ରନର୍ ଅପ୍ ଏବଂ ମଣିପୁରର ଥୌନାୱଜମ୍ ଷ୍ଟ୍ରେଲା ଲୁୱାଙ୍ଗ୍ ଦ୍ୱିତୀୟ ରନର୍ ଅଫ୍ ହୋଇଛନ୍ତି। ମଣିପୁରରେ ଆୟୋଜିତ ମିସ୍ ଇଣ୍ଡିଆ ଇଭେଣ୍ଟରେ ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍ ଏବଂ ଅନନ୍ୟା ପାଣ୍ଡେ ନିଜ କଳା ପ୍ରଦର୍ଶନ କରିଥିଲେ। ମନିଷ ପଲ୍ ଏବଂ ଭୂମି ପେଡନେକର୍ ଶୋ’ କୁ ହୋଷ୍ଟ କରିଥିଲେ। ଏଥିରେ ପୂର୍ବତନ ବିଜେତା ମଧ୍ୟ ସାମିଲ ହୋଇଥିଲେ। ରାଜ୍ୟ ବିଜେତାଙ୍କୁ ମେଣ୍ଟର ନେହା ଧୁପିଆ, କୋରିଓଗ୍ରାଫର ଟେରେନ୍ସ ଲୁଇସ୍, ନିର୍ଦ୍ଦେଶକ ହର୍ଷବର୍ଦ୍ଧନ କୁଲକର୍ଣ୍ଣି, ବକ୍ସିଂ ଆଇକନ୍ ଲୌଶ୍ରମ ସରିତା ଦେବୀ ଏବଂ ଡିଜାଇନର୍ ରକି ଷ୍ଟାର ଜଜ୍ କରିଥିଲେ।  ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ମହିଳାମାନେ ଏହି ବ୍ୟୁଟି ପେଜେଣ୍ଟ ପାଇଁ ଲଢିଥିଲେ। ଯେଉଁଥିରେ ନନ୍ଦିନୀ ଗୁପ୍ତା ବିଜୟ ହାସଲ କରିଛନ୍ତି।

Related Articles

Leave a Reply

Your email address will not be published.

Back to top button