ମିଥୁନ ଚକ୍ରବର୍ତ୍ତୀଙ୍କ ମାତା ଶାନ୍ତିରାଣୀଙ୍କର ଦେହାନ୍ତ

କୋଲକାତା: ବଲିଉଡର ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ମାତାଙ୍କ ଦେହାନ୍ତ ହୋଇଛି। ମିଥୁନଙ୍କ ସାନପୁଅ ନମାଶି ଚକ୍ରବର୍ତ୍ତୀ ଏହି ସୂଚନା ଦେଇଛନ୍ତି। କୁହାଯାଉଛି ଯେ, ଅଭିନେତାଙ୍କ ମା’ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଏବଂ ସେ ଆଜି ଦୁନିଆରୁ ବିଦାୟ ନେଇଥିଲେ। ପ୍ରକାଶ ଯେ, ଶାନ୍ତିରାଣୀ କେବଳ ମିଥୁନଙ୍କ ସହ ତାଙ୍କ ମୁମ୍ବାଇ ଘରେ ରହୁଥିଲେ। ମା’ଙ୍କୁ ହରାଇବା ପରେ ମିଥୁନ ଚକ୍ରବର୍ତ୍ତୀ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ଏହି ସମୟରେ କେବଳ ବଲିଉଡର ସେଲିବ୍ରେଟମାନେ ନୁହଁନ୍ତି ରାଜନେତାମାନେ ମଧ୍ୟ ତାଙ୍କ ମା’ଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଉଲ୍ଲେଖ ଥାଉ ଯେ ତିନି ବର୍ଷ ପୂର୍ବେ କୋଭିଡ ସମୟରେ ଅଭିନେତାଙ୍କ ପିତା ବସନ୍ତ କୁମାର ଚକ୍ରବର୍ତ୍ତୀ ୯୫ ବର୍ଷ ବୟସରେ ଦେହାନ୍ତ କରିଥିଲେ।

Related Articles

Leave a Reply

Your email address will not be published.

Back to top button