‘ଝଲକ ଦିଖଲା ଜା’ ଟ୍ରଫି ଜିତିଲେ ମନୀଷା ରାନୀ

ସାଢେ ତିନି ମାସର ପ୍ରତିଯୋଗିତା ପରେ ‘ଝଲକ ଦିଖଲା ଜା’ ସିଜିନ୍ ଇଲେଭେନ ପାଇଛି ୱିନର୍। ମନୀଷା ରାନୀ ହୋଇଛନ୍ତି ସିଜିନ ଇଲେଭେନର ବିଜେତା। ୱାଇଲ୍ଡକାର୍ଡ ଏଣ୍ଟ୍ରିରେ ଆସିଥିବା ମନୀଷା ଟାଇଟଲ୍ ହାସଲ କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ଏହା ପୂର୍ବରୁ ୨୦୦୯ରେ ୱାଇଲ୍ଡକାର୍ଡ ପ୍ରତିଯୋଗୀ ୱିନର ହୋଇଥିଲେ।  ଯେବେଠାରୁ ମନୀଷା ରାନୀ ଶୋ’ରେ ଏଣ୍ଟ୍ରି କରିଥିଲେ, କେବଳ ଦର୍ଶକ ନୁହଁନ୍ତି ବରଂ ବିଚାରପତି ଫରାହ ଖାନ, ମଲାଇକା ଆରୋରା ଏବଂ ଅର୍ଶଦ ୱାର୍ସି ମନୀଷା ରାନୀଙ୍କ ଡ୍ୟାନ୍ସକୁ ଖୁବ୍ ପ୍ରଶଂସା କରିଥିଲେ।  ନିଜର ଡ୍ୟାନ୍ସ ମୁଭ୍ ଏବଂ ଏକ୍ସପ୍ରେସନକୁ ନେଇ ଚର୍ଚ୍ଚାରେ ଥିବା ମନୀଷା ରାନୀ ସମସ୍ତଙ୍କ ମନ କିଣି ନେଇଛନ୍ତି। ୱାଇଲ୍ଡକାର୍ଡରେ ଆସି ସେ ହି ମୁକୁଟାର ହକଦାର ବନିଛନ୍ତି।   ଏହି ରିଆଲିଟି ଶୋର ଫାଇନାଲ୍ ପ୍ରତିଯୋଗିତା ଶେଷ ହୋଇଛି। ମନୀଷା ରାନୀଙ୍କ ବ୍ୟତୀତ ଆଦ୍ରିଜା ସିହ୍ନା ଏବଂ ଶୋଏବ ଇବ୍ରାହିମ୍ ଟପ୍ ୩ରେ ରହିଥିଲେ। ଏମାନଙ୍କ ମଧ୍ୟରେ ଫାଇନାଲ କମ୍ପିଟିସନ ହୋଇଥିଲା। ଫାଇନାଲରେ ମନୀଷା ରାନୀ ୱିନର୍ ହୋଇଛନ୍ତି।

Related Articles

Leave a Reply

Your email address will not be published.

Back to top button