ନୂଆ ଲୁକରେ କ୍ୟାଟ୍ରିନା

ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କୁ ନୂଆବର୍ଷରେ ନୂଆ ଅବତାରରେ ଦେଖିବାକୁ ମିଳିବ। ଫିଲ୍ମ ‘ମେରୀ ଖ୍ରୀଷ୍ଟମାସ’ ଘୋଷଣା ହେବା ପରଠାରୁ ଦର୍ଶକମାନେ ଉତ୍ସାହର ସହିତ ଏହି ଫିଲ୍ମକୁ ଅପେକ୍ଷା କରିଛନ୍ତି। ତେବେ ୧୨ ଜାନୁୟାରୀ ୨୦୨୪ରେ ଏହି ଫିଲ୍ମ୍‌ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ବୁଧବାର ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି। ଟ୍ରେଲର ଦେଖି ଦର୍ଶକ ଆଶ୍ଚର୍ଯ୍ୟ ହୋଇଛନ୍ତି। କାରଣ ପ୍ରଥମ ଥର ପାଇଁ କ୍ୟାଟ୍ରିନା କୈଫ୍‌ ଏବଂ ବିଜୟ ସେତୁପାଠୀ ଏକ ଭୟଙ୍କର ଅବତାରରେ ନଜର ଆସିଛନ୍ତି। ଫିଲ୍ମଟି ସମ୍ପୂର୍ଣ୍ଣ ସସ୍‌ପେନ୍ସରେ ପରିପୂର୍ଣ୍ଣ। ଟ୍ରେଲରରେ ବିଜୟ ଏବଂ କ୍ୟାଟ୍ରିନା ‘ଖ୍ରୀଷ୍ଟମାସ’ର କିଛି ଘଣ୍ଟା ପୂର୍ବରୁ ପରସ୍ପରକୁ ଭେଟନ୍ତି। ଉଭୟ ପରସ୍ପର ପାଇଁ ଅଜଣା ଅଟନ୍ତି। ଟ୍ରେଲରରେ ବିଜୟ-କ୍ୟାଟ୍ରିନା ରୋମାଣ୍ଟିକ କଥାବାର୍ତ୍ତା ହେଉଛନ୍ତି। ତା’ପରେ ହଠାତ୍‌ କିଛି ସିନ୍‌ ଦେଖାଯାଏ ଯାହା ଆପଣଙ୍କୁ ଭୟଭୀତ କରିବ। ସସ୍‌ପେନ୍ସ ସହିତ ଏହା ଅନେକ ରୋମାଞ୍ଚ ମଧ୍ୟ ସୃଷ୍ଟି କରେ। ଫିଲ୍ମର ଟ୍ରେଲର ବର୍ତ୍ତମାନ ଦର୍ଶକଙ୍କ ମଧ୍ୟରେ ଆହୁରି ଉତ୍ସାହ ସୃଷ୍ଟି କରିଛି। ‘ମେରୀ ଖ୍ରୀଷ୍ଟମାସ’ ହେଉଛି ଶ୍ରୀରାମ ରାଘବନଙ୍କ ନିର୍ଦ୍ଦେଶିତ ଏକ ଆଗାମୀ ଭାରତୀୟ ଥ୍ରୀଲର ଫିଲ୍ମ। ତାମିଲ ଏବଂ ହିନ୍ଦୀରେ ଏକକାଳୀନ ଶୁଟିଂ ହୋଇଥିବା ଏହି ଫିଲ୍ମରେ କ୍ୟାଟ୍ରିନା ଏବଂ ବିଜୟ ମୁଖ୍ୟ ଭୂମିକାରେ ଅଛନ୍ତି। ରିଲିଜ ତାରିଖକୁ ଅନେକ ଥର ବଦଳାଇବା ପରେ, ବର୍ତ୍ତମାନ ‘ମେରୀ ଖ୍ରୀଷ୍ଟମାସ’ ୧୨ ଜାନୁୟାରୀରେ ପ୍ରେକ୍ଷାଳୟରେ ମୁକ୍ତିଲାଭ ପାଇଁ ସ୍ପଷ୍ଟ ହୋଇଛି।

Related Articles

Leave a Reply

Your email address will not be published.

Back to top button