୧୫ରେ ରିଲିଜ୍‌ ହେବ ‘ଯାଯାବର ୨.୦’

ଭୁବନେଶ୍ୱର: ଓଡ଼ିଆ ଫିଲ୍ମ ‘ଯାଯାବର ୨.୦’ ଆସନ୍ତା ୧୫ ତାରିଖରେ ଶୁଭମୁକ୍ତି ଲାଭ କରିବ। ରବିବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି। ଦୁଇଜଣ ଅପରିଚିତ ବ୍ୟକ୍ତି ଏକ ଅପ୍ରତ୍ୟାଶିତ ପରିସ୍ଥିତି ମଧ୍ୟରେ ଭେଟ ହୁଅନ୍ତି ଏବଂ ସେମାନଙ୍କ ଆପରାଧିକ ଅତୀତ ବିଷୟରେ ପରସ୍ପରକୁୁ କୁହନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଅପରାଧ ଦୁନିଆରେ ହଜିଯାଏ, ଅନ୍ୟ ଜଣେ ଏଥିରୁ ମୁକ୍ତି ଖୋଜେ। ତେବେ ଆଗକୁ କ’ଣ ହେବ? ଏମିତି ଏକ ରହସ୍ୟରେ ଭରପୂର କାହାଣୀ ହେଉଛି ଯାଯାବର ୨.୦। କୌଶିକ ଦାସ ଏବଂ ରାମ ପଟ୍ଟନାୟକଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ଅଛନ୍ତି ପ୍ରସନ୍ନଜିତ ମହାପାତ୍ର, ଦେବେଶ ରଞ୍ଜନ, ସୋନାଲି ଶର୍ମିଷ୍ଠା, ବି. ଏମ ବୈଶାଳୀ, ଚୌଧୁରୀ ବିକାଶ ଦାସ, ଶ୍ୱେତା ଆଚାର୍ଯ୍ୟ, ମାନସ ରଞ୍ଜନ ମୁଦୁଲି । ଅଭିଷେକ ଦାସଙ୍କ ଦ୍ୱାରା ଲିଖିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ ସ୍ବାଇଁ। ଯାଯାବର ତାରିଖ ଘୋଷଣା ଅବସରରେ ଫିଲ୍ମ ପ୍ରଯୋଜକ କୌଶିକ ଦାସ, ରାମ ପଟ୍ଟନାୟକ, ରଞ୍ଜିତ ମହାନ୍ତି, ସୂର୍ଯ୍ୟ ଦେଓ, ନିର୍ଦ୍ଦେଶକ ଅଭିଷେକ ସ୍ବାଇଁ, ଅଭିନେତା ଦେବେଶ ରଞ୍ଜନ, ପ୍ରସନ୍ନଜିତ ମହାପାତ୍ର, ପାର୍ଥ ସାରଥି, ସଙ୍ଗୀତ ନିର୍ଦ୍ଦେଶକ କିଶଲୟ ରୟ, ଗୌରବ ଆନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଚାର ପ୍ରସାର ଦାୟିତ୍ୱରେ ମିଡିଆ ପ୍ଲାନର କ୍ରିଏଟିଭ ହେଡ୍‌ ପ୍ରଣୟ ଜେଠୀ ଅଛନ୍ତି ।

Related Articles

Leave a Reply

Your email address will not be published.

Back to top button