ଥିଏଟରରେ ବିଶ୍ୱକପ୍ର ମଜ୍ଜା ଉଠାଇପାରିବେ ଦର୍ଶକ

ସାଧାରଣତଃ ଫିଲ୍ମ ଦେଖିବାକୁ ଆମେ ପ୍ରେକ୍ଷାଳୟ ଯାଇଥାଉ । ଫିଲ୍ମଟି ଭଲ ଲାଗିଲେ ଟିଭିରେ କିମ୍ବା ମୋବାଇଲରେ ଆମେ ପୁଣି ଦେଖିଥାଉ । ସେହିଭଳି କ୍ରିକେଟ ମ୍ୟାଚ୍ ଆମେ ଟିଭିରେ ଦେଖୁ ନଚେତ୍ ମ୍ୟାଚ୍ ହେଉଥିବା ପଡ଼ିଆରେ । ହେଲେ ଆପଣ କେବେ ପ୍ରେକ୍ଷାଳୟରେ କ୍ରିକେଟ ମ୍ୟାଚ୍ ଦେଖିଛନ୍ତି କି? ହଁ ଆପଣ ଠିକ୍ ଦେଖୁଛନ୍ତି । କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର ନେଇ ଆସିଛି ଆଏନଓଏକ୍ସ । ଏବେ ଆପଣ ପ୍ରେକ୍ଷାଳୟରେ ଦେଖିପାରିବେ କ୍ରିକେଟ । ତେବେ ଆସନ୍ତୁ ପୁରା ଖବର ଉପରେ ନଜର ପକାଇବା । ଆଗକୁ ଆସିବାକୁ ଯାଉଛି ଟି-୨୦ ବିଶ୍ୱ କପ୍ । ଅଷ୍ଟ୍ରେଲିଆରେ ଅକ୍ଟୋବର ୧୬ରେ ୧୬ଟି ଦଳକୁ ନେଇ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ। ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରେ ନିଜର ପ୍ରଥମ ମୁକାବିଲା ଖେଳିବ ଭାରତ। ଏହାରି ଭିତରେ କ୍ରିକେଟ ପ୍ରେମୀଙ୍କ ପାଇଁ ଆସିଛି ବଡ଼ ଖବର । ମଲ୍ଟିପ୍ଲେକ୍ସ କମ୍ପାନି ଆଏନଓଏକ୍ସ ଆଇସିସି ସହିତ ଚୁକ୍ତି କରିଛି। ଏହାରି ଆଧାରରେ ଆଏନଓଏକ୍ସ ନିଜ ଥିଏଟରରେ ବିଶ୍ଵ କପରେ ଭାରତର ସମସ୍ତ ମ୍ୟାଚ୍ ଦେଖାଇବ। ଏହା ବ୍ୟତୀତ ସେମି ଫାଇନାଲ୍ ଏବଂ ଫାଇନାଲ୍ ମୁକାବିଲା ବି ଥିଏଟରରେ ସିଧା ପ୍ରସାରଣ କରାଯିବ। କମ୍ପାନି ଦ୍ଵାରା ସୂଚିତ କରାଯାଇଛି ଯେ, ଦେଶର ପ୍ରାୟ ୨୫ ସହରରେ ଯେଉଁଠି ଆଏନଓଏକ୍ସର ସ୍କ୍ରିନ ରହିଛି, ସେଠାରେ ଟି-୨୦ ବିଶ୍ଵ କପ୍ରେ ଭାରତର ସମସ୍ତ ମ୍ୟାଚ୍ର ସିଧା ପ୍ରସାରଣ କରାଯିବ। ଏମିତିରେ ଯେଉଁ ଦର୍ଶକ ବଡ ସ୍କ୍ରିନରେ ମ୍ୟାଚ୍ର ମଜା ଉଠାଇ ପାରିବେ ସେମାନଙ୍କ ପାଇଁ ଏହା ବହୁତ ବଡ ସୁଯୋଗ।

Related Articles

Leave a Reply

Your email address will not be published.

Back to top button