ମୁଁ ଓଡିଶାକୁ ଭାଗ କରିବାକୁ ଚାହୁଁନି:ମନୋଜ ମିଶ୍ର

ଭୁବନେଶ୍ୱର: ମନୋଜ ମିଶ୍ରଙ୍କୁ ନେଇ ତେଜୁଛି ଆନ୍ଦୋଳନ । ଓଲିଉଡ ପ୍ରଜୋଜକ ସଂଘ ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ବ୍ୟାନ କରିବା ପରେ ଚାରିଆଡୁ ମନୋଜ ମିଶ୍ରଙ୍କ ପାଇଁ ସମର୍ଥନ ମିଳିବାରେ ଲାଗିଛି । ତେବେ ଏନେଇ  ପ୍ରତିକ୍ରିୟା ଦେଇ ମନୋଜ ମିଶ୍ର କହିଛନ୍ତି, ସିନେମା କାହାକୁ କେବେ ଭାଗ କରେନି । ସମସ୍ତେ ମିଶି ନୂଆ ପରମ୍ପରା ସୃଷ୍ଟି କରନ୍ତୁ । ମୁଁ ଓଡିଶାକୁ ଭାଗ କରିବାକୁ ଚାହୁଁନି । ମୁଁ ଯୋଡି ହୋଇ ରହିବାକୁ ଚାହୁଁଛି । ଓଡିଆ ଫିଲ୍ମ ବିଶ୍ୱ ଦରବାରକୁ ଯାଉଁ ତାହା ମୁଁ ଚାହେଁ । ଆମ ରାଜ୍ୟ ମହାନ ଖେଳାଳିଙ୍କ ବାୟୋପିକ୍ ହେଉ । ଗୋପବନ୍ଧୁ ଦାସଙ୍କ ବାୟୋପିକ୍ ହେବା ଜରୁରୀ । ଓଡିଶା ନୁହେଁ ସାରା ବିଶ୍ୱରେ ଓଡିଆ ଫିଲ୍ମ ରିଲିଜ ହେବା ଜରୁରୀ । ସେପଟେ ପୁଣି କଥାକୁ ଦୋହରାଇଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର । କହିଲେ, ମୁଁ ଏହି ବାସନ୍ଦାଦେଶକୁ ନିନ୍ଦା କରୁଛି । ଏହା ପଶ୍ଚିମ ଓଡିଶା ପ୍ରତି ବୈମାତୃକ ମନୋଭାବ । କୋଶଳ ରାଜ୍ୟ ପ୍ରତିଷ୍ଠା ସପକ୍ଷରେ ମୁଁ ନାହିଁ । ସରକାରଙ୍କ ମନୋବୃତ୍ତି ଓଡିଶାକୁ ଭାଗ ପାଇଁ ବାଧ୍ୟ କରୁଛି । ଓଡିଶା ଭାଗ ହେଲେ ସରକାର ଦାୟୀ ରହିବେ ।

Related Articles

Leave a Reply

Your email address will not be published.

Back to top button