ବୁର୍ଜ ଖଲିଫାରେ ଦେଖିବାକୁ ମିଳିବ ‘ଆନିମଲ’ର ଝଲକ

ମୁମ୍ବାଇ: ରଣବୀର କପୁର ତାଙ୍କର ଆଗାମୀ ମୁଭି ‘ଆନିମଲ’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଅଭିନେତା ତାଙ୍କ ଫିଲ୍ମରୁ ବହୁତ ଆଶା ରଖିଛନ୍ତି। ରଣବୀର କପୁରଙ୍କ ପୂର୍ବ ଚଳଚ୍ଚିତ୍ର ବକ୍ସ ଅଫିସରେ ଅଧିକ କିଛି କରିପାରି ନଥିଲା ସେଥିପାଇଁ ଏଥର ସେ ଆନିମଲକୁ ନେଇ ଆଶାବାଦୀ ଅଛନ୍ତି। ଏଭଳି ପରିସ୍ଥିତିରେ ରଣବୀର ‘ଆନିମଲୁ’କୁ ହିଟ କରିବାକୁ ଚେଷ୍ଟା କରୁଛନ୍ତି। ଏହି କାରଣରୁ ବର୍ତ୍ତମାନ ଅଭିନେତା ବଲିଉଡର ବାହାଦଶା ଶାହାରୁଖ ଖାଁଙ୍କ ପଦାଙ୍କ ଅନୁସରଣ କରିଛନ୍ତି। ହଁ, ସର୍ବଶେଷ ରିପୋର୍ଟ ଅନୁଯାୟୀ, ଅଭିନେତାଙ୍କ ବହୁ ପ୍ରତୀକ୍ଷିତମୁଭିଆନିମଲର କିଛି ଝଲକ ବୁର୍ଜ ଖଲିଫାରେ ପ୍ରଦର୍ଶିତ ହେବ ବୋଲି ଜଣାପଡିଛି। ‘ପଠାନ’ ପରେ ବୁର୍ଜ ଖଲିଫାରେ ଆନିମଲର ଝଲକ ଦେଖିବାକୁ ମିଳିବ। ପିଙ୍କଭିଲ୍ଲାର ରିପୋର୍ଟ ଅନୁଯାୟୀ, ଫିଲ୍ମର ୬୦ସେକେଣ୍ଡର ଭିଡିଓ ବୁର୍ଜ ଖଲିଫାରେ ପ୍ରଦର୍ଶନ କରାଯିବ। ସୂଚନାଯୋଗ୍ୟ, ପୂର୍ବରୁ ଶାହାରୁଖ ଖାଁଙ୍କ ଫିଲ୍ମ ପଠାନର ଟ୍ରେଲର ବୁର୍ଜ ଖଲିଫାରେ ପ୍ରଦର୍ଶିତ ହୋଇଥିଲା। ଏହି ଗ୍ରାଣ୍ଡ ଇଭେଣ୍ଟରେ ରଣବୀର କପୁରଙ୍କ ସହ ଫିଲ୍ମରେ ଭିଲେନ ଭୂମିକାରେ ଅଭିନୟ କରୁଥିବା ବବି ଦେଓଲ ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ। ଖବର ଅନୁଯାୟୀ, ଶୁକ୍ରବାର ରଣବୀର ମୁମ୍ବାଇ ବିମାନବନ୍ଦରରେ ସ୍ପଟ ହୋଇଥିଲେ। ଅନୁମାନ କରାଯାଉଛି ଯେ ଦୁବାଇରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ଅଭିନେତା ଯାଉଛନ୍ତି। ଆନିମଲରେ ଅନିଲ କପୁର, ବବି ଦେଓଲ ଏବଂ ତୃପ୍ତିି ଡିମରି, ରଣବୀର କପୁର ଏବଂ ରଶ୍ମିକା ମନ୍ଦାନାଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମର ଦମଦାର ଟ୍ରେଲର ଦେଖିବା ପରେ ପ୍ରଶଂସକମାନେ ଉତ୍ସାହର ସହିତ ଏହି ଫିଲ୍ମକୁ ଅପେକ୍ଷା କରିଛନ୍ତି। ଏଥିରେ ଅନିଲ କପୁର ରଣବୀରଙ୍କ ପିତା ଭୂମିକାରେ ନଜର ଆସିଥିବାବେଳେ ରଶ୍ମିକା ମନ୍ଦାନା ରଣବୀରଙ୍କ ଗର୍ଲଫ୍ରେଣ୍ଡ ଭୂମିକାରେ ନଜର ଆସିବେ। ଫିଲ୍ମ ଡିସେମ୍ବର ୧ରେ ମୁକ୍ତିଲାଭ କରିବ।

Related Articles

Leave a Reply

Your email address will not be published.

Back to top button