ରାଘବ-ପରିଣୀତି ନିର୍ବନ୍ଧ ଶେଷ

ନୂଆଦିଲ୍ଲୀ : ଆମ୍‌ ଆଦ୍‌ମୀ ପାର୍ଟି ସାଂସଦ ରାଘବ ଚଢ଼ା ଓ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କର ବହୁଚର୍ଚ୍ଚିତ ନିର୍ବନ୍ଧ ଶନିବାର ରାଜଧାନୀର କପୁରତାଲା ହାଉସ୍‌ଠାରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ପରିଣୀତିଙ୍କ ଭଉଣୀ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ଦିଲ୍ଲୀ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ଭଗୱନ୍ତ ମାନ୍‌, ଶିବସେନା ନେତା ଆଦିତ୍ୟ ଠାକ୍‌ରେଙ୍କ ସହ ଉଭୟ ପରିବାରର ସଦସ୍ୟ ଓ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ। ପଞ୍ଜାବୀ ରୀତିନୀତିରେ ନିର୍ବନ୍ଧ ହୋଇଥିଲା। ଏହି ସମାରୋହର ଏକ ଚିତ୍ର ପୋଷ୍ଟ କରି କେଜ୍ରିୱାଲ ଏହି ଦମ୍ପତିଙ୍କୁ ନୂତନ ଯାତ୍ରା ଆରମ୍ଭ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି ଯେ ଜୀବନର ଏହି ନୂତନ ଯାତ୍ରା ଆରମ୍ଭରେ ତୁମ ଦୁହିଁଙ୍କୁ ଅନେକ ଅନେକ ଅଭିନନ୍ଦନ। ଭଗବାନ ତୁମ ଦୁହିଁଙ୍କୁ ସର୍ବଦା ଆଶୀର୍ବାଦ କରନ୍ତୁ। ଭଗବାନଙ୍କ ଦ୍ୱାରା ନିର୍ମିତ ଏହି ସୁନ୍ଦର ଯୋଡି ଚିରସ୍ଥାୟୀ ହେଉ।

Related Articles

Leave a Reply

Your email address will not be published.

Back to top button