ବିବାହ କରି ମହିଳା ପ୍ରଶଂସକଙ୍କ ହୃଦୟକୁ ଭାଙ୍ଗିବାକୁ ଚାହୁଁନାହିଁ: ପ୍ରଭାସ

ହାଇଦ୍ରାବାଦ: ଚଳଚ୍ଚିତ୍ର ‘କଳ୍କି ୨୮୯୮ ଏଡି’ ପାଇଁ ଦକ୍ଷିଣ ଭାରତୀୟ ଅଭିନେତା ପ୍ରଭାସ ଏବେ ବ୍ୟସ୍ତ ରହିଛନ୍ତି। ଏହି ଫିଲ୍ମକୁ ପ୍ରଭାସଙ୍କ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ତେବେ ପ୍ରଭାସ ପ୍ରାୟତଃ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ ପ୍ରେମସମ୍ପର୍କକୁ ନେଇ ପୂର୍ବରୁ ଅନେକ ଆଲୋଚନା ହୋଇଛି। ଗତ କିଛିଦିନ ଧରି ପ୍ରଭାସଙ୍କ ବିବାହକୁ ନେଇ ଗୁଜବ ସୃଷ୍ଟି ହୋଇଥିଲା। ସେ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ବୋଲି ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ପ୍ରଭାସଙ୍କ ପକ୍ଷରୁ ଏ ସମସ୍ତ ରିପୋର୍ଟକୁ ଖଣ୍ଡନ କରାଯାଇଛି। ସୋସିଆଲ ମିଡିଆରେ ନିଜ ବିବାହ ଖବରକୁ ନେଇ ପ୍ରଭାସ ତାଙ୍କ ନୀରବତାକୁ ଭାଙ୍ଗିଛନ୍ତି। ସେ ଏତେଶୀଘ୍ର ବିବାହ କରିବେ ନାହିଁ ବୋଲି କହିଛନ୍ତି। ବିବାହ କରି ସେ ତାଙ୍କ ମହିଳା ପ୍ରଶଂସକଙ୍କ ଭାବନାକୁ ଆଘାତ ଦେବାକୁ ଚାହୁଁ ନ ଥିବା ପ୍ରଭାସ କହିଛନ୍ତି। ତେଣୁ ଏବେ ସେ ତାଙ୍କ ଚଳଚ୍ଚିତ୍ର ଏବଂ କାର୍ଯ୍ୟ ଉପରେ ବିଶେଷ ଧ୍ୟାନ ଦେବେ ବୋଲି କହିଛନ୍ତି। ପୂର୍ବରୁ ପ୍ରଭାସ ଓ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀଙ୍କ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ହୋଇଛି। ‘ବାହୁବଳି’ ଫିଲ୍ମର ଶୁଟିଂ ସମୟରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ନେଇ ବିଭିନ୍ନ ଖବର ସାମ୍‌ନାକୁ ଆସିଥିଲା। କିନ୍ତୁ ସେତେବେଳେ ପ୍ରଭାସ ଅନୁଷ୍କାଙ୍କ ସହ ତାଙ୍କର ସମ୍ପର୍କକୁ କେବଳ ବନ୍ଧୁତା ବୋଲି କହିଥିଲେ। ସେହିପରି ‘ଆଦିପୁରୁଷ’ ଫିଲ୍ମର ଶୁଟିଂ ସମୟରେ ଅଭିନେତ୍ରୀ କ୍ରିତି ସାନନ୍‌ଙ୍କ ସହ ପ୍ରଭାସଙ୍କ ପ୍ରେମସମ୍ପର୍କ ଥିବା ଏବଂ ଉଭୟେ ବିବାହ କରିବା ନେଇ ଅନେକ ଖବର ପ୍ରକାଶ ପାଇଥିଲା।

Related Articles

Leave a Reply

Your email address will not be published.

Back to top button