ଝିଅର ଚେହେରା ଦେଖାଇଲେ ବିପାଶା

ମୁମ୍ବାଇ: ଚଳିତ ବର୍ଷର ଖ୍ରୀଷ୍ଟମାସ ବଲିଉଡ ସେଲିବ୍ରିଟିମାନଙ୍କ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର। ଖ୍ରୀଷ୍ଟମାସ ଅବସରରେ ସେଲିବ୍ରିଟିମାନେ ସେମାନଙ୍କ ପ୍ରଶଂସକଙ୍କୁ ସରପ୍ରାଇଜ୍‌ ଦେଉଛନ୍ତି। ଖ୍ରୀଷ୍ଟମାସରେ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟ ତାଙ୍କ ଝିଅ ରାହାଙ୍କ ଚେହେରା ପ୍ରଶଂସକଙ୍କୁ ଦେଖାଇଛନ୍ତି। ରଣବୀର ଏବଂ ଆଲିଆ ରାହାଙ୍କୁ ପାପାରାଜିଙ୍କ ସାମ୍ନାକୁ ଆଣିଥିଲେ। ଏହା ପରେ ଅଭିନେତ୍ରୀ ବିପାଶା ବସୁ ମଧ୍ୟ ପ୍ରଥମ ଥର ପାଇଁ ପ୍ରଶଂସକଙ୍କୁ ଝିଅ ଦେବୀଙ୍କ ଚେହେରା ଦେଖାଇଛନ୍ତି। ଗତ ବର୍ଷ ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭର ମା’ବାପା ହୋଇଥିଲେ। ଦେବୀ ତାଙ୍କର ପ୍ରଥମ ଜନ୍ମଦିନ ଦୀପାବଳିରେ ପାଳନ କରିଥିଲେ। ଏହା ପରେ ପ୍ରଶଂସକମାନେ ଭାବିଥିଲେ ଯେ ବିପାଶା ଏବଂ କରଣ ପ୍ରଶଂସକଙ୍କୁ ନିଜ ଝିଅର ଚେହେରା ଦେଖାଇବେ, କିନ୍ତୁ ସେମିତି ହୋଇ ନ ଥିଲା। ହେଲେ ଖ୍ରୀଷ୍ଟମାସରେ ପ୍ରଶଂସକଙ୍କ ଇଚ୍ଛା ପୂରଣ ହୋଇଛି। ବିପାଶା ଇନଷ୍ଟାଗ୍ରାମରେ ଝିଅ ଦେବୀଙ୍କ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ଦେବୀ ଲାଲ୍‌ ରଙ୍ଗର ଡ୍ରେସ ଏବଂ ହେୟାରବ୍ୟାଣ୍ଡରେ ବହୁତ ସୁନ୍ଦର ଦେଖାଯାଉଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button