ଦୁର୍ଘଟଣାରେ ଆହତ ଅଭିନେତ୍ରୀ ଅରୁନ୍ଧତୀ ଭେଣ୍ଟିଲେଟରରେ

ଚେନ୍ନାଇ: ‘ସୈତାନ’ ଫିଲ୍ମରେ ଅଭିନୟ କରି ଖ୍ୟାତି ଅର୍ଜନ କରିଥିବା ତାମିଲ ଅଭିନେତ୍ରୀ ଅରୁନ୍ଧତୀ ନାୟାର ଦୁର୍ଘଟଣାରେ ଗୁରୁତର ହୋଇ ଭେଣ୍ଟିଲେଟର ସପୋର୍ଟରେ ରହିଛନ୍ତି। ଗତ ୧୪ ତାରିଖରେ ସେ ତାଙ୍କ ଭାଇ ସହ ବାଇକ୍‌ରେ ଚେନ୍ନାଇ-କୋଭାଲମ୍‌ ବାଇପାସ୍‌ ରୋଡ୍‌ରେ ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଅରୁନ୍ଧତୀଙ୍କୁ ତ୍ରିଭେନ୍ଦ୍ରମ୍‌ର ଅନନ୍ତପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲାବେଳେ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ଅରୁନ୍ଧତୀ ୨୦୧୪ରେ ଚଳଚ୍ଚିତ୍ର ‘ପୋଙ୍ଗେ ଏଝୁ ମନୋହର’ରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ।

Related Articles

Leave a Reply

Your email address will not be published.

Back to top button