ସାଉଥ ଇଣ୍ଡଷ୍ଟ୍ରିରେ ମୁନ୍ନାଭାଇ

ବଲିଉଡ୍‌ର ମୁନ୍ନା ଭାଇ ହେଉଛନ୍ତି ସଞ୍ଜୟ ଦତ୍ତ । ସେ ଏମିତି ଜଣେ ଅଭିନେତା ଯିଏକି ଇଣ୍ଡଷ୍ଟ୍ରିରେ ଶୀର୍ଷ ଛୁଇଁଛନ୍ତି। କେଜିଏଫ ଚାପ୍ଟର ୨ରୁ କନ୍ନଡ ଇଣ୍ଡଷ୍ଟ୍ରୀରେ ପାଦ ଦେବା ପରେ ଏବେ ସଞ୍ଜୟ ଦତ୍ତ ଫିଲ୍ମ ଥଲାପତି ୬୭ ଜରିଆରେ ତାମିଲ୍‌ ଫିଲ୍ମରେ ଏଣ୍ଟ୍ରି ମାରିଛନ୍ତି। ଅନ୍ୟପକ୍ଷେ ତାଙ୍କର ଦ୍ଵିତୀୟ କନ୍ନଡ ଫିଲମ କେଡି ଦ ଡେଭିଲ ରିଲିଜ୍ ପାଇଁ ପ୍ରସ୍ତୁତ। ଏହାର ଏକ କାର୍ଯ୍ୟକ୍ରମ ସମୟରେ ସଞ୍ଜୟ ଦତ୍ତ କହିଛନ୍ତି ଯେ, ସେ ଏବେ ସାଉଥ ଫିଲ୍ମରେ ଆହୁରି କାମ କରିବାକୁ ଚାହାନ୍ତି। କେବଳ ଏତିକି ନୁହେଁ ବଲିଉଡ ଇଣ୍ଡଷ୍ଟ୍ରୀକୁ ସାଉଥ ସିନେମାରୁ ଶିଖିବା ଉଚିତ୍। ଏପରିକି ବଲିଉଡକୁ ନିଜର ମୂଳ ଭୁଲିବା ଉଚିତ୍ ନୁହେଁ ବୋଲି ସଞ୍ଜୟ ଦତ୍ତ କହିଛନ୍ତି। ସଞ୍ଜୟ ଦତ୍ତ କହିଛନ୍ତି, ‘ମୁଁ କେଜିଏଫ୍ ରେ କାମ କଲି ଏବଂ ବର୍ତ୍ତମାନ ମୁଁ କେଡି – ଦ ଡେଭିଲ୍’ ରେ ନିର୍ଦ୍ଦେଶକ ପ୍ରେମଙ୍କ ସହିତ କାମ କରୁଛି। ‘ମୁଁ କେଜିଏଫ୍ ଏବଂ ଏସ୍ ରାଜାମୌଲି ସାରଙ୍କ ସହ କାମ କରିଥିଲି। ମୁଁ ଦେଖିଲି ଏଠାରେ ବହୁତ ଉତ୍ସାହ, ପ୍ରେମ ଏବଂ ଏନର୍ଜି ସହିତ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି। ତେଣୁ ମୁଁ ଭାବୁଛି ବଲିଉଡ ଏସବୁ ଭୁଲିଯିବା ଉଚିତ୍ ନୁହେଁ। ସଞ୍ଜୟ ଦତ୍ତଙ୍କ ହିନ୍ଦୀ ଫିଲ୍ମ ବିଷୟରେ କହିବାକୁ ଗଲେ ଏହା ପୂର୍ବରୁ ତାଙ୍କୁ ବଲିଉଡ ଫିଲ୍ମ ସମସେରାରେ ନଜର ଆସିଥିଲେ। ​​ଯେଉଁଥିରେ ରଣବୀର କପୁର ତାଙ୍କ ସହିତ ମୁଖ୍ୟ ଭୂମିକାରେ ଥିଲେ।ତେବେ ଫିଲ୍ମଟି ବକ୍ସ ଅଫିସରେ ଭଲ ପ୍ରତିକ୍ରିୟା ପାଇନଥିଲା ଏବଂ ଫିଲ୍ମ ଫ୍ଲପ୍ ହୋଇଯାଇଥିଲା।ଏଥି ସହିତ, ଏହା ପୂର୍ବରୁ ସେ ପ୍ରୀତିରାଜ ଚଳଚ୍ଚିତ୍ରରେ ମଧ୍ୟ ଥିଲେ ଯେଉଁଥିରେ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ଥିଲେ। କିନ୍ତୁ ଏହି ଫିଲ୍ମଟି ମଧ୍ୟ ଫ୍ଲପ୍ ହୋଇଥିଲା।ଏବେ ମୁନ୍ନା ଭାଇଙ୍କୁ ଫିଲ୍ମ ଘୁଡଚଢ଼ୀ ରେ ଦେଖିବାକୁ ମିଳିବ ଯେଉଁଥିରେ ରବୀନା ଟଣ୍ଡନ୍, ପାର୍ଥ ସାମନ୍ତ ଏବଂ ଖୁଶଲୀ କୁମାର ତାଙ୍କ ସହିତ ମୁଖ୍ୟ ଭୂମିକାରେ ନଜର ଆସିବେ।

Related Articles

Leave a Reply

Your email address will not be published.

Back to top button