ଶୀର୍ଷରେ ୟଶ୍‌

ସାଉଥ୍ ସିନେମାର ରକିଂ ଷ୍ଟାର୍ ୟଶ୍ ଏବେ କ୍ୟାରିଅରର ସଫଳତାର ଶୀର୍ଷରେ ଅଛନ୍ତି । କେଜିଏଫ୍ ଚ୍ୟାପ୍ଟର ୧ରେ କେବଳ ତାଙ୍କୁ ଦର୍ଶକୀୟ ଆଦୃତି ମିଳିଛି ତାହା ନୁହେଁ, ବରଂ ଏହାଠୁ ଅଧିକ ସେ କେଜିଏଫ୍ ଚ୍ୟାପ୍ଟର ୨ରେ ଦର୍ଶକଙ୍କ ପ୍ରିୟଭାଜନ ହୋଇପାରିଛନ୍ତି । ଫିଲ୍ମଟିକୁ ଦର୍ଶକେ ଏତେ ବେଶି ଭଲପାଇବା ମିଳିଛି ଯେ, ପ୍ରଶଂସକମାନେ ତାଙ୍କ ଷ୍ଟାଇଲକୁ ମଧ୍ୟ ଅନୁକରଣ କରୁଛନ୍ତି । କେବଳ ସେତିିକି ନୁହେଁ, ବକ୍ସ ଅଫିସ୍‌ରେ ସିନେମାଟି ଭଲ ଆୟ ମଧ୍ୟ କରିଛି । ଏପରିକି ବକ୍ସ ଅଫିସ୍‌ରେ ବି ଫିଲ୍ମଟି ଶୀର୍ଷରେ ଅଛି । ଏ ଯାବତ୍ ୯୦୦ କୋଟି ପାର୍ କରିସାରିଲାଣି ଏହି ଫିଲ୍ମ । ସେହିପରି ଇଣ୍ଟରନ୍ୟାସନାଲ ମାର୍କେଟରେ ଫିଲ୍ମଟି ୨୭ ମିଲିଅନ ଡଲାର ଛୁଇଁଛି । ଏହା ବାଦ୍ ୟଶ୍‌ଙ୍କ ଅଭିନୀତ ଏହି ଫିଲ୍ମ ଓଟିଟିରେ ମଧ୍ୟ ଲୋକପ୍ରିୟତା ସାଉଁଟିଛି ।

Related Articles

Leave a Reply

Your email address will not be published.

Back to top button