ଭାଇଜାନଙ୍କ ଇଦ ଧମାକା ‘ରାଧେ’ର ଟ୍ରେଲର

ରାଧେ ୟୋର ମୋଷ୍ଟ ୱାଣ୍ଟେଡ ଭାଇ’ ହିନ୍ଦୀ ଚଳଚ୍ଚିତ୍ରର ଟ୍ରେଲର ୟୁ ଟ୍ୟୁବରେ ମୁକ୍ତିଲାଭ କରିଛି । ରାଧେ ଚଳଚ୍ଚିତ୍ରର ପ୍ରଥମ ଭାଗ ଭଳି ଏଥିରେ ମଧ୍ୟ ସଲମାନ ଖାଁ ଅଣ୍ଡର କଭର ପୁଲିସ ଅଫିସର ଭୂମିକାରେ ଅଭିନୟ କରିଛନ୍ତି । ସେ ଏହି ଚଳଚ୍ଚିତ୍ରରେ ନିଶା ମାଫିଆଙ୍କ ସାମ୍ରାଜ୍ୟକୁ ଶେଷ କରିବା ପାଇଁ ଏକ ମିସନରେ ଥିବା ଟ୍ରେଲରରେ ଦେଖିବାକୁ ମିଳିଛି । ରାଧେଙ୍କ ମିସନକୁ ବିଫଳ କରିବା ପାଇଁ ଖଳନାୟକ ଭୂମିକାରେ ରଣଦୀପ ହୁଦା ଅବତୀର୍ଣ୍ଣ ହୋଇଥିବା ବେଳେ ଭାଇଜାନଙ୍କ ଗର୍ଲଫ୍ରେଣ୍ଡ ଦିଶା ପଟ୍ଟାନିଙ୍କ ରୋମାନ୍ସ ଏଥିରେ ଦେଖିବାକୁ ମିଳିବ । ଇଦରେ ଏହି ସିନେମା ଆସିବାକୁ ଅଛି । ଗତବର୍ଷ କରୋନା ଯୋଗୁଁ ସିନେ ଜଗତ ବହୁଳ ଭାବେ ପ୍ରଭାବିତ ହୋଇଥିଲା । ତେବେ ଚଳିତ ବର୍ଷ କ’ଣ ହେବ ଏଯାଏଁ ସ୍ପଷ୍ଟ ହୋଇପାରୁନାହିଁ  ।  ଭାରତୀୟ ସିନେମା ଜଗତ ବର୍ଷ ୨୦୨୦ ରେ ପାଖାପାଖି ୧୨ ହଜାର କୋଟି ଟଙ୍କାର କ୍ଷତି ସହିଛି । ୨୦୧୯ ମସିହା ମୋଟ ୧୯,୧୦୦ କୋଟିର ରାଜସ୍ୱ ଆଦାୟ ହୋଇଥିବା ବେଳେ ଗତ ବର୍ଷ ଏହା ୭,୨୦୦ କୋଟିକୁ ଖସି ଆସିଛି ।

Related Articles

Leave a Reply

Your email address will not be published.

Back to top button