ପାରିଶ୍ରମିକ କମାଇଲେ ଅକ୍ଷୟ

ବକ୍ସ ଅଫିସ୍‌ରେ ଚାଲୁ ନାହିଁ ବଲିଉଡ୍ ଫିଲ୍ମ । ଏବେ ଏହି ଟ୍ରେଣ୍ଡ୍‌ରେ ସାମିଲ ହୋଇଛି ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ । ତେବେ ‘ରକ୍ଷା ବନ୍ଧନ’ ଫିଲ୍ମ ଫ୍ଲପ୍ ହେବା ଦେଖି ଅକ୍ଷୟ ଏବେ ବଡ଼ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ୍ ସେ ଏବେ ନିଜ ପାରିଶ୍ରମିକ କମାଇବେ । ଗୋଟିଏ ଫିଲ୍ମ ଲାଗି ୭୫ କୋଟି ନେଉଥିବା ଅକ୍ଷୟ ଏବେ ୯-୧୮ କୋଟି ଟଙ୍କା ନେବେ । ତେବେ ଯେଉଁ ଫିଲ୍ମର ସେ ପ୍ରଡ୍ୟୁସର ରହିବେ ନାହିଁ, ତାହାର ଲାଭରେ ସେ ୫୦ ପ୍ରତିଶତ ଭାଗିଦାରୀ ରହିବେ ବୋଲି କହିଛନ୍ତି । ଅନ୍ୟପଟେ ଅକ୍ଷୟ ଯେଉଁ ଫିଲ୍ମର ପ୍ରଡ୍ୟୁସର ଥାନ୍ତି, ସେ ସେହି ଫିଲ୍ମର ଲାଭରୁ ୮୦ରୁ ୮୫ ପ୍ରତିଶତ ଭାଗ ନେଇଥାନ୍ତି । ଏହି କାରଣ ଯୋଗୁଁ ପ୍ୟାଡମ୍ୟାନ୍ ଭଳି କମ୍ ବଜେଟ୍ ଫିଲ୍ମରେ ଅକ୍ଷୟଙ୍କୁ ବେଶ୍ ଭଲ ଲାଭ ମିଳିପାରିଛି ।
ନିକଟରେ ସେ କହିଥିଲେ, ତାଙ୍କ ଫିଲ୍ମ ଫ୍ଲପ୍ ହେବା ପାଇଁ ସେ ନିଜେହିଁ ଦାୟୀ । ତେବେ ଏବେ ରକ୍ଷା ବନ୍ଧନ ଫ୍ଲପ୍ ହେବାରୁ ସେ ଏହି କଥା ହୃଦୟଙ୍ଗମ କରିଥିବା କହିଛନ୍ତି । ଆଉ ଏହି ଟ୍ରେଣ୍ଡକୁ ଦେଖି ସେ ଫିଲ୍ମ ପାରିଶ୍ରମିକ କମ୍ କରିବା ନିଷ୍ପତ୍ତି ନେଇଛନ୍ତି । ତେବେ ଏବେ ଅକ୍ଷୟଙ୍କ ଏ ନିଷ୍ପତ୍ତି ଅନ୍ୟ କଳାକାରଙ୍କ ଉପରେ କ’ଣ ପ୍ରଭାବ ପକାଇବ, ତାହା ଦେଖିବାକୁ ବାକି ରହିଲା ।

Related Articles

Leave a Reply

Your email address will not be published.

Back to top button