ଏପ୍ରିଲ ୩୦ରେ ଆସୁଛି ଅକ୍ଷୟଙ୍କ ‘ସୂର୍ଯ୍ୟବଂଶୀ’

ବଲିଉଡର ଖିଲାଡ଼ି ଷ୍ଟାର ଅକ୍ଷୟ କୁମାରଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ସୂର୍ଯ୍ୟବଂଶୀ’ ଆସନ୍ତା ଏପ୍ରିଲ ୩୦ରେ ମୁକ୍ତିଲାଭ କରିବାକୁ ଯାଉଛି। ରୋହିତ ଶେଟ୍ଟୀଙ୍କ ନିର୍ଦେଶିତ ଏହି ଫିଲ୍ମଟି ପୂର୍ବରୁ ଏପ୍ରିଲ ୨ରେ ମୁକ୍ତିଲାଭ କରିବା ଧାର୍ଯ୍ୟ ହୋଇଥିବା ବେଳେ କୋରୋନା ସଂକ୍ରମଣ ବୃଦ୍ଧି କାରଣରୁ ଏହାର ମୁକ୍ତିଲାଭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। କାରଣ ଅଧିକରୁ ଅଧିକ ସିନେମାଘରେ ଏହାକୁ ମୁକ୍ତିଲାଭ କରିବା ପାଇଁ ନିର୍ମାତା ଯୋଜନା କରୁଥିବା ଜଣାପଡ଼ିଛି। ବିଶେଷସୂତ୍ରରୁ ପ୍ରାପ୍ତ ଖବର ଅନୁଯାୟୀ ଆସନ୍ତା ମାର୍ଚ୍ଚ ୧୪ ରବିବାର ଅବସରରେ ଏହାର ନୂଆ ପୋଷ୍ଟର ଓ ରିଲିଜ ତାରିଖକୁ ଔପଚାରିକ ଭାବେ ଘୋଷଣା କରାଯିବ। ସଂଯୋଗବଶତଃ ଏହି ଦିନଟି ନିର୍ଦେଶକ ରୋହିତଙ୍କ ଜନ୍ମଦିନ ଅବସର ମଧ୍ୟ। ପବିତ୍ର ରମଜାନ ମାସରେ ଫିଲ୍ମଟି ମୁକ୍ତିଲାଭ କରିବାକୁ ଥିବା ବେଳେ ଠିକ ଏହା ପରଦିନ ଅର୍ଥାତ ମେ ୧ରେ ମହାରାଷ୍ଟ୍ରରେ ଛୁଟିଦିନ ରହିଛି। ଏଣୁ ଫିଲ୍ମକୁ ଭଲ ଓପନିଂ ମିଳିବ ବୋଲି ଆଶା କରାଯାଇଛି।

Related Articles

Leave a Reply

Your email address will not be published.

Back to top button