ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ

ନୂଆଦିଲ୍ଲୀ: ଗତ ବୁଧବାର ହୃଦଘାତର ଶିକାର ହୋଇଥିବା ଷ୍ଟାଣ୍ଡଅଫ୍‌ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ  ଅବସ୍ଥା ଏବେ ବି ସଙ୍କଟାପନ୍ନ ଅଛି। ଭେଣ୍ଟିଲେଟରରେ ଲାଇଫ୍‌ ସିଷ୍ଟମ ସପୋର୍ଟରେ ଥିବା ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥାରେ କୌଣସି ସୁଧାର ଆସିନି। ଏପରି ସୂଚନା ଦେଇଛନ୍ତି ରାଜୁଙ୍କ ଝିଅ ଅନ୍ତରା ଶ୍ରୀବାସ୍ତବ । ପିତାଙ୍କ ହେଲଥ୍‌ ଅପଡେଟ୍‌ ଦେବାକୁ ଯାଇ ଅନ୍ତରା କହିଛନ୍ତି, ଏବେ ବି ବାପାଙ୍କ ଅବସ୍ଥା ଗମ୍ଭୀର ଅଛି । ଆଇସିୟୁରେ ତାଙ୍କ ଚିକିତ୍ସା ଚାଲିଛି। ତାଙ୍କ ଅବସ୍ଥା ଅଧିକ ଖରାପ ହୋଇ ନ ଥିଲେ ବି କୌଣସି ସୁଧାର ପରିଲକ୍ଷିତ ହୋଇନି । ପୂରା ମେଡିକାଲ ଟିମ୍‌ ତାଙ୍କ ଚିକିତ୍ସାରେ ଲାଗିଛନ୍ତି। ସେମାନେ ତାଙ୍କର ସର୍ବଶ୍ରେଷ୍ଠ ଦେଉଛନ୍ତି। ଆମେ ସମସ୍ତେ ପ୍ରାର୍ଥନା କରୁଛୁ ଯେପରି ସେ ଖୁବ୍‌ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ। ମୋ ମମି ତାଙ୍କ ପାଖେପାଖେ ଆଇସିୟୁରେ ଅଛନ୍ତି। ଦିଲ୍ଲୀ ଏମ୍ସରୁ ମିଳିଥିବା ସୂଚନା ଅନୁଯାୟୀ, ହୃଦଘାତ ଯୋଗୁ ରାଜୁଙ୍କ ମସ୍ତିଷ୍କ ଗଭୀର ଭାବେ ପ୍ରଭାବିତ ହୋଇଛି। ଏପରିକି ଗତ ୧୦ ତାରିଖରେ ହୃଦଘାତ ହେବା ପରଠୁ  ଲାଇଫ୍‌ ସପୋର୍ଟ ସିଷ୍ଟମରେ ତାଙ୍କ ଚିକିତ୍ସା ଚାଲିଥିଲେ ବି ଅବସ୍ଥା ବହୁତ ସଙ୍କଟାପନ୍ନ ରହିଛି।

Related Articles

Leave a Reply

Your email address will not be published.

Back to top button