କରୋନା ପ୍ୟାର୍ ହୈ !

ବି-ଟାଉନ୍‌ର ନାୟିକା ଶିଳ୍ପା ସେଟ୍ଟିଙ୍କ ପୂରା ପରିବାର ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସ୍ବାମୀ ରାଜ୍ କୁନ୍ଦ୍ରା, ପୁଅ ବିବାନ୍, ଝିଅ ସମୀକ୍ଷା, ଶାଶୁ, ଶ୍ବଶୁର ଓ ତାଙ୍କ ମା’ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏପରିକି ତାଙ୍କ ଘରେ କାମ କରୁଥିବା ଦୁଇଜଣ ସଦସ୍ୟ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପରିବାରର ସମସ୍ତେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଶିଳ୍ପାଙ୍କ ପରୀକ୍ଷଣ ରିପୋର୍ଟ ନେଗେଟିଭ୍ ଆସିଥିଲା। ତେଣୁ ସମସ୍ତେ ଘରେ ସଙ୍ଗରୋଧରେ ରହିଥିଲେ। ଇତି ମଧ୍ୟରେ ଧୀରେ ଧୀରେ ତାଙ୍କ ପତି ରାଜ୍‌ଙ୍କର ସଙ୍ଗରୋଧ ସମୟ ଶେଷ ହୋଇ ଆସୁଥିବା ଆଜି ଶିଳ୍ପା ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି। ତାଙ୍କ ପତିଙ୍କ ସହ ଶିଳ୍ପା ଏକ ମଜାଦାର ଅନ୍ଦାଜ୍‌ରେ ରୋମାନ୍ସ କରୁଥିବା ଦେଖିବାକୁ ମିଳିଛି। ତାଙ୍କ ରୋମାନ୍ସ ମଝିରେ କେବଳ ଏକ ଗ୍ଲାସ୍ ରହିଥିବା ଦେଖିବାକୁ ମିଳିଛି। ତେବେ ଏହି ଫଟୋରେ ଶିଳ୍ପା କରୋନା ପ୍ୟାର୍ ହୈ କ୍ୟାପସନ୍ ଦେଇଛନ୍ତି। ଏହା ସହିତ ଜନସାଧାରଣଙ୍କୁ ତାଙ୍କ ପରିବାର ପାଇଁ ପ୍ରାର୍ଥନା କରିଥିବାରୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି।

Related Articles

Leave a Reply

Your email address will not be published.

Back to top button