ଡିଜିଟାଲ ମାଧ୍ୟମରେ ଭାରତର ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ପ୍ରଶଂସା କଲା ବିଶ୍ୱବ୍ୟାଙ୍କର ଜି-୨୦ ଦସ୍ତାବିଜ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ୱବ୍ୟାଙ୍କର ଅନୁସନ୍ଧାନକୁ ସେୟାର କରିଛନ୍ତି ଯାହା କି ସେହି ବ୍ୟାଙ୍କ ଏହାର ଜି-୨୦ ଦସ୍ତାବିଜରେ ଅନ୍ତର୍ଭୁକ୍ତ କରିଛି ଯେ ଭାରତ ମାତ୍ର ୬ ବର୍ଷ ମଧ୍ୟରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଲକ୍ଷ୍ୟ ହାସଲ କରିଛି ଯାହା ଅତି କମରେ ଦୀର୍ଘ ୪୭ ବର୍ଷ ସମୟ ନେଇଥାନ୍ତା। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘‘ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଦ୍ୱାରା ପରିଚାଳିତ ଆର୍ଥିକ ଅନ୍ତର୍ଭୁକ୍ତୀକରଣକ୍ଷେତ୍ରରେ ଭାରତର ଅଗ୍ରଗତି! ବିଶ୍ବବ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ଜି-୨୦ ଦସ୍ତାବିଜରେ ଭାରତର ଅଭିବୃଦ୍ଧି ଉପରେ ଅତ୍ୟନ୍ତ ଆଗ୍ରହ ପ୍ରକାଶ ପାଇଛି। ଭାରତ ମାତ୍ର ୬ ବର୍ଷ ରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଲକ୍ଷ୍ୟ ହାସଲ କରିଛି ଯାହା ଅନ୍ୟଥା ଅତି କମରେ ଦୀର୍ଘ ୪୭ ବର୍ଷ ସମୟ ନେଇଥାନ୍ତା। ଆମର ସୁଦୃଢ଼ ଡିଜିଟାଲ ଦେୟ ଭିତ୍ତିଭୂମି ଏବଂ ଆମ ଲୋକଙ୍କ ଭାବନାକୁ ଅଭିନନ୍ଦନ। ଏହା ଦ୍ରୁତ ପ୍ରଗତି ଏବଂ ନବସୃଜନର ସମାନ ପ୍ରମାଣ।

Related Articles

Leave a Reply

Your email address will not be published.

Back to top button