ଅଦାନି ଏଣ୍ଟରପ୍ରାଇଜେସ୍‌ର ଲାଭ ୮୨୦ କୋଟି

ନୂଆଦିଲ୍ଲୀ : ଚଳିତବର୍ଷ ଜାନୁଆରୀରେ ପ୍ରକାଶିତ ହିଣ୍ଡେନବର୍ଗ ରିପୋର୍ଟ ଯୋଗୁଁ ବ୍ୟବସାୟିକ କ୍ଷତିର ସମ୍ମୁଖୀନ ହେଉଥିବା ଅଦାନି ଗ୍ରୁପ୍ ଇତିମଧ୍ୟରେ ୧୨୦ ବିଲିୟନ ଡଲାର ସମ୍ପତ୍ତି ହରାଇ ସାରିଲାଣି । ତେବେ ଏହି ଗ୍ରୁପ୍‌ର ଫ୍ଲାଗ୍‌ସିପ୍ କମ୍ପାନୀ କୁହାଯାଉଥିବା ଅଦାନି ଏଣ୍ଟରପ୍ରାେଇଜସ୍ ଚଳିତ ଆର୍ôଥକବର୍ଷର ତୃତୀୟ କ୍ୱାର୍ଟରରେ (ଅକ୍ଟୋବର-ଡିସେମ୍ବର ୨୦୨୨) ୮୨୦ କୋଟି ଟଙ୍କା ଲାଭ କରିଥିବା ଜଣାପଡିଛି । ଗତ ଆର୍ôଥକବର୍ଷର ଏହି କ୍ୱାର୍ଟରରେ ଅଦାନି ଏଣ୍ଟରପ୍ରାଇଜେସ୍ ୧୧.୬୩ କୋଟି ଟଙ୍କାର କ୍ଷତି ସହିଥିଲା । ଚଳିତ କ୍ୱାର୍ଟରରେ କମ୍ପାନୀର ରାଜସ୍ୱ ୨୬,୬୧୨.୨୩ କୋଟି ଟଙ୍କାକୁ ବୃଦ୍ଧି ପାଇଥିବା ଜଣାପଡିଛି ।

Related Articles

Leave a Reply

Your email address will not be published.

Back to top button