ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ବଢୁଛି ରେପୋ ରେଟ୍

ନୂଆଦିଲ୍ଲୀ: ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ଲାଗି ଆଜି ଭାରତର ରିଜର୍ଭ ବ୍ୟାଙ୍କ୍‌ ରେପୋ ରେଟ୍‌ ୫୦ ବେସିସ୍‌ ପଏଣ୍ଟ୍‌ ବଢ଼ାଇ ୫.୯% କରିଥିବା ଘୋଷଣା କରିଛି। ସାମ୍ପ୍ରତିକ ଅର୍ଥନୈତିକ ପରିସ୍ଥିତି ଉପରେ ବିଚାରବିମର୍ଶ କରିବା ଲାଗି ସେପ୍ଟେମ୍ବର ୨୮ ତାରିଖ ଦିନ ରିଜର୍ଭ ବ୍ୟାଙ୍କ୍‌ର ୬ଜଣିଆ ସଦସ୍ୟବିଶିଷ୍ଟ ‘ମିନିଟାରି ପଲିସି କମିଟି’ (ଏମ୍‌ପିସି) ୩ଦିନିଆ ବୈଠକ ଆରମ୍ଭ କରିଥିଲା। ଚଳିତ ଆର୍ଥିକ ବର୍ଷରେ ଏହା ହେଉଛି ରିଜର୍ଭ ବ୍ୟାଙ୍କ୍‌ର କ୍ରମାଗତ ଚତୁର୍ଥ ଥର ପାଇଁ ‌‘ରେପୋ ରେଟ୍‌’ ବୃଦ୍ଧି। ନିର୍ଦ୍ଧାରିତ ‘ମନିଟାରି ପଲିସି ରିଭ୍ୟୁ’ ବୈଠକ ନ ଥିଲେ ସୁଦ୍ଧା ଅଗଷ୍ଟ ମାସରେ ବୈଠକ ଡକାଇ ରିଜର୍ଭ ବ୍ୟାଙ୍କ୍‌ ‘ରେପୋ ରେଟ୍‌’ ୫୦ ବେସିସ୍‌ ପଏଣ୍ଟ୍‌ ବଢ଼ାଇବାରୁ ‘ରେପୋ ରେଟ୍‌’ ୫.୪%କୁ ବୃଦ୍ଧି ପାଇଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ର ମୁଦ୍ରା ନୀତି କମିଟି (ଏମପିସି) ଶୁକ୍ରବାର ରେପୋ ହାରକୁ 50 ଆଧାର ପଏଣ୍ଟ (ବିପିଏସ୍) କୁ ବଦ୍ଧି କରିଛି ।  ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏନେଇ ସୂଚନା ଦେଇଛନ୍ତି । ଶ୍ରୀ ଦାସ କହିଛନ୍ତି ଯେ କରୋନାଭାଇରସ୍ ମହାମାରୀର ଦୁଇଟି ଝଟକା ଏବଂ ୟୁକ୍ରେନ ବିବାଦ ପରେ ଆମେ ବର୍ତ୍ତମାନ ଆଉ ଏକ ଅସୁବିଧାର ସମ୍ମୁଖୀନ ହୋଇଛୁ । ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ଆଣିଥିବା ଆକ୍ରମଣାତ୍ମକ ମୁଦ୍ରା ନୀତି ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ।

ରେପୋ ହେଉଛି ସେହି ହାର ଯେଉଁଥିରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଆବଶ୍ୟକ ସମୟରେ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକୁ ଋଣ ଦେଇଥାଏ । ଏହି କେନ୍ଦ୍ରୀୟ ବ୍ୟାଙ୍କ ମାଧ୍ୟମରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ହୁଏ । ଚଳିତ ଆର୍ଥିକ ବର୍ଷ ଆରମ୍ଭରୁ ଏହା ହେଉଛି ତୃତୀୟ ବୃଦ୍ଧି । ଆମେ ଆପଣଙ୍କୁ କହି ରଖୁଛୁ ଯେ, ପୂର୍ବରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ନେତୃତ୍ୱରେ 6 ଜଣିଆ ମୁଦ୍ରା ନୀତି କମିଟି ବୁଧବାର ଦିନ ଦ୍ୱି-ମାସିକ ନୀତି ସମୀକ୍ଷା ଉପରେ ବିଚାରବିମର୍ଶ ଆରମ୍ଭ କରିଥିଲେ, ଯାହା ପରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି ।

Related Articles

Leave a Reply

Your email address will not be published.

Back to top button