ରିଲାଏନ୍ସ ଜୁଏଲ୍ସ ଭାଲେଂଟାଇନ୍ ଡେ ୨୦୨୪ ନୂତନ କଲେକ୍ସନର ଶୁଭାରମ୍ଭ

ମୁମ୍ବାଇ: ଭାଲେନ୍ଟାଇନ୍ ଦିବସ ଅବସରରେ ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଓ ବିଶ୍ୱସ୍ତ ଗହଣା ବ୍ରାଣ୍ଡ ରିଲାଏନ୍ସ ଜୁଏଲ୍ସ ଏକ ସ୍ୱତନ୍ତ୍ର କଲେକ୍ସନର ଶୁଭାରମ୍ଭ କରିଛି । ଏହି ଅବସରରେ ସମଗ୍ର ବିଶ୍ୱରେ ସାଥୀଙ୍କ ସହିତ ଉତ୍ସବ ପାଳନ କରାଯାଏ । ଭାଲେଂଟାଇନ୍ ଦିବସର ପ୍ରକୃତ ଭାବନାକୁ ପାଳନ କରି ରିଲାଏନ୍ସ ଜୁଏଲ୍ସ ୧୪ କ୍ୟାରେଟ୍ ୟେଲୋ ଗୋଲ୍ଡରୋଜ୍ ଗୋଲ୍ଡ ଓ ହୀରାରେ ନିର୍ମିତ ଚମତ୍କାର ଭାବରେ ପ୍ରସ୍ତୁତ ମୁଦିକପଲ ବ୍ୟାଣ୍ଡ ଓ ପେଂଡେଟର ଏକ ସ୍ୱତନ୍ତ୍ର କଲେକ୍ସନ ଶୁଭାରମ୍ଭ କରିଛିଯାହା ଦମ୍ପତିଙ୍କ ମଧ୍ୟରେ ପ୍ରେମର ନିରନ୍ତର ସ୍ମରଣ କରାଇଥାଏ । ଏହି କଳେକ୍ସନରେ ରିଲାଏନ୍ସ ଜୁଏଲ୍ସର ଭିନ୍ନ ଭିନ୍ନ ଡିଜାଇନ୍ ଦୈନନ୍ଦିନ ଲୁକକୁ ଉନ୍ନତ କରିବା ପାଇଁ ଷ୍ଟାଇଲ ଓ ଆରାମକୁ ପ୍ରତିଫଳିତ କରିଥାଏ। ଜଣେ ନାରୀଙ୍କ ଯାତ୍ରା ପଥରେ ଉଜ୍ଜ୍ୱଳତା ଓ ସୌନ୍ଦର୍ଯ୍ୟର ଭାବନାକୁ ଗ୍ରହଣ କରିବା ପାଇଁ ଏହି କଲେକ୍ସନଟି ଅତ୍ୟନ୍ତ ଯତ୍ନର ସହିତ ପ୍ରସ୍ତୁତ କରାଯାଇଛିଯାହା ଦ୍ୱାରା ବିଭିନ୍ନ ବର୍ଗର ମହିଳାଙ୍କ କଠିନ ପରିଶ୍ରମକୁ ସମ୍ମାନ ପ୍ରଦାନ କରାଯାଇଛି । ସାହସିକ ଠାରୁ ଆରମ୍ଭ କରି ଅତ୍ୟାଧୁନିକ ଓ ଜଟିଳ ଭାବରେ ଡିଜାଇନ୍ କରାଯାଇଥିବା ପିସ୍ ଗୁଡ଼ିକମହିଳାମାନେ ସେମାନଙ୍କ ସାଥୀଙ୍କ ପାଇଁ ଶକ୍ତିଶାଳୀ ହେବାର ଏକ ନୂତନ ଦୃଷ୍ଟିକୋଣ ସହିତ ସମ୍ପର୍କର ଦୃଢ଼ତାକୁ ପ୍ରତିଫଳିତ କରେ । ରିଲାଏନ୍ସ ଜୁଏଲ୍ସର ନୂତନ କ୍ୟାମ୍ପେନ #ମାଇଁଷ୍ଟ୍ରଙ୍ଗରହାଫ୍ ସହିତ ଏହି ସଂଗ୍ରହ ସଂଯୁକ୍ତଯେଉଁଠାରେ ଜୀବନର ସମସ୍ତ ଉତଥାନ- ପତନରେ ପୁରୁଷମାନଙ୍କୁ ଉତ୍ସାହିତ ଓ ସମର୍ଥନ କରିବା ସହିତ ମହିଳାମାନେ ଜୀବନର ଯାତ୍ରାକୁ ଉପଭୋଗ କରିପାରିବେ । ଭାଲେଂଟାଇନ୍ସ ଦିବସ ସବୁବେଳେ ପ୍ରକୃତ ପ୍ରେମ ସାରର ପ୍ରତୀକ । ଏହା ଦମ୍ପତିଙ୍କ ମଧ୍ୟରେ ଥିବା ବନ୍ଧନପରସ୍ପର ପ୍ରତି ସେମାନଙ୍କ ଭଲ ପାଇବା ଓ ପ୍ରଶଂସାକୁ ପ୍ରତିନିଧିତ୍ୱ କରେ । ରିଲାଏନ୍ସ ଜୁଏଲ୍ସ ଆଜିର ଦୁନିଆଁରେ ଏକାଧିକ ଭୂମିକା ନିର୍ବାହ କରୁଥିବା ମହିଳାଙ୍କ ଶକ୍ତି ଏବଂ ଉପଲବ୍ଧିକୁ ଅତ୍ୟନ୍ତ ଦୃଢ଼ତାର ସହିତ ଉପସ୍ଥାପନ କରିବା ପାଇଁ ଏହି ସଂଗ୍ରହ ଆରମ୍ଭ କରିଛି । ରିଲାଏନ୍ସ ଜୁଏଲ୍ସ ଗ୍ରାହକମାନଙ୍କୁ ଅନଲାଇନ୍ ଓ ବଛା ବଛା ଷ୍ଟୋରରେ ସୁନ୍ଦର କଲେକ୍ସନକୁ ଉପଭୋଗ କରିବା ପାଇଁ ଆମନ୍ତ୍ରିତ କରୁଛି ।

Related Articles

Leave a Reply

Your email address will not be published.

Back to top button