ଭାରତକୁ ଫେରିବ ଫୋନ ପେ

ନୂଆଦିଲ୍ଲୀ : ଡିଜିଟାଲ ପେମେଣ୍ଟ ଆପ ଫୋନ ପେ ସ୍ୱଦେଶ ଫେରିବାକୁ ଯାଉଛି । ଫୋନପେ ନିଜର ସିଙ୍ଗାପୁର ସ୍ଥିତ ମୁଖ୍ୟକାର୍ଯ୍ୟ।ଳୟରୁ ଭାରତ ସ୍ଥାନାନ୍ତରିତ କରିବାକୁ ଯାଉଛି । ଗତ ଡିସେମ୍ବର ଫ୍ଲିପ୍ କାର୍ଟର୍ ଠାରୁ ଅଲଗା ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଫୋନ ପେର ଭାରତକୁ ସ୍ଥାନାନ୍ତରିତ ପାଇଁ ଏହାର ମାଲିକାନା କମ୍ପାନୀ ୱାଲ ମାର୍ଟ ଆଇଏନସିକୁ ୧ ବିଲିୟନ ଡଲାର ବା ପ୍ରାୟ ୮୨୦୦କୋଟି ଟଙ୍କା ପୈଠ କରିବାକୁ ହେବ । ଟାଇଗର ଗ୍ଲୋବାଲ ମ୍ୟାନେଜମ୍ୟାଣ୍ଟ ସମେତ ଅନେକ ନିବେଶକ ଭାରତରେ ନୂଆ ଦାମରେ ଫୋନ ପେର ଶୋୟାର କିଣିଛନ୍ତି । ଫଳରେ ବର୍ତ୍ତମାନ ଥିବା ଶୋୟରହୋଲ୍ଡରଙ୍କ ପାଇଁ ପ୍ରାୟ ୮୨୦୦ କୋଟି ଟଙ୍କା ଟିକସ ଦେଇଛନ୍ତି । ପୂର୍ବରୁ ଫୋନପେର ମାଲିକନା ଫ୍ଲିପକାର୍ଟ ନିକଟରେ ଥିଲା । ତେବେ ଗତ ମାସ ଫୋନ ପେ ଫ୍ଲିପକାର୍ଟଠାରୁ ଅଲଗା ହେବା ପ୍ରକ୍ରିୟା ଶେଷ ହୋଇଥିଲା । ଅନଶ୍ୟ ଉଭୟ କମ୍ପାନୀ ୱାଲମାର୍ଟ ଅଧୀନରେ ରହିବେ । ଫୋନ ପେ ଏହାର ମୁଖ୍ୟ କାର୍ଯ୍ୟଳୟକୁ ପ୍ଲର୍କାର୍ଟ ଭଳି ବେଙ୍ଗଲୁରୁକୁ ସ୍ଥାନାନ୍ତରିତ କରିବ ।