ଏଲ୍‌ପିଜି ସିଲିଣ୍ଡର୍ ମୂଲ୍ୟ ୫୦ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ : ଏପ୍ରିଲ୍ ମାସର ପ୍ରଥମ ସପ୍ତାହ ଶେଷ ବେଳକୁ ଭାରତ ସରକାର ଦେଶବାସୀଙ୍କୁ ମହଙ୍ଗା ଛାଟ ମାରିଛନ୍ତି। ସୋମବାର ସମସ୍ତ ଏଲ୍‌ପିଜି ସିଲିଣ୍ଡର୍ ମୂଲ୍ୟରେ ୫୦ ଟଙ୍କା ବୃଦ୍ଧି କରିଛନ୍ତି ସରକାର। ଏହାର ଅର୍ଥ ଘରୋଇ ଗ୍ୟାସ୍ ସିଲିଣ୍ଡର୍ ସହ କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ବୃଦ୍ଧି ପାଇବ। ଉଜ୍ଜଳା ଯୋଜନାରେ ଏଲ୍‌ପିଜି ପାଉଥିବା ଗ୍ରାହକଙ୍କ ପାଇଁ ବି ଏହି ଦର ବୃଦ୍ଧି ଲାଗୁହେବ। ଏଣିକି ସେମାନଙ୍କୁ ଏଲ୍‌ପିଜି ସିଲିଣ୍ଡର୍ ପିଛା ୫୦୦ ବଦଳରେ ୫୫୦ ଟଙ୍କା ଦେବାକୁ ହେବ। ଏ ସମ୍ପର୍କରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ହାରଦୀପ ସିଂହ ପୁରୀ ସୋମବାର ଘୋଷଣା କରିଛନ୍ତି। ରିପୋର୍ଟ ଅନୁସାରେ ଭାରତ ସରକାର ସର୍ବପ୍ରଥମେ ପେଟ୍ରୋଲ୍ ଓ ଡିଜେଲ୍ ଉପରେ ଉତ୍ପାଦ ଶୁଳ୍କ (ଏକ୍ସାଇଜ୍ ଡ୍ୟୁଟି) ୨ ଟଙ୍କା ଲେଖାଏ ବୃଦ୍ଧି କରିଥିଲେ। ଏହାର କିଛି ସମୟ ମଧ୍ୟରେ ସରକାର ଏଲ୍‌ପିଜି ସିଲିଣ୍ଡର୍ ଦର ବୃଦ୍ଧି ନେଇ ଘୋଷଣା କରିଛନ୍ତି। ତେବେ ଏହି ସମୟରେ ପେଟ୍ରୋଲ୍ ଓ ଡିଜେଲ୍ ଉପରେ ଉତ୍ପାଦ ଶୁଳ୍କ ବୃଦ୍ଧିହେବା ଦ୍ୱାରା ତେଲଦର ବୃଦ୍ଧିଜନିତ ଭୟକୁ କେନ୍ଦ୍ର ସରକାର ଦୂର କରିଦେଇଛନ୍ତି। ସରକାର ସ୍ପଷ୍ଟ କରିଛନ୍ତି ଯେ ଉତ୍ପାଦ ଶୁଳ୍କ ବୃଦ୍ଧିଜନିତ ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ିବ ନାହିଁ। ଏହାକୁ ତୈଳ ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ଭରଣା କରିବେ। ତେବେ ଏଲ୍‌ପିଜି ସିଲିଣ୍ଡର୍ ଉପରେ ୫୦ଟଙ୍କାର ବୃଦ୍ଧିର ପ୍ରଭାବ ସିଧାସଳଖ ଖାଉଟିଙ୍କ ଉପରେ ପଡ଼ିବ। ପ୍ରକାଶ, ଗତ ସପ୍ତାହରେ ସରକାର ବ୍ୟବସାୟିକ ଏଲ୍‌ପିଜି ସିଲିଣ୍ଡର୍ ମୂଲ୍ୟ ୪୧ଟଙ୍କା ଲେଖାଏ ବୃଦ୍ଧି କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button