ପୂଜାଘର ତିଆରି କରିବା ପାଇଁ କିଛି ଜାଣିବା କଥା

ହିନ୍ଦୁ କିମ୍ବା ଅନ୍ୟ ଧର୍ମର କୌଣସି ଲୋକ ହୁଅନ୍ତୁ ନା କାହିଁକି, ସମସ୍ତଙ୍କ ଘରେ ପୂଜାଘର ନିଶ୍ଚିତ ରହିଥାଏ । ତେବେ ସନାତନ ଧର୍ମରେ ପୂଜାଘର ସ୍ଥାପନ ନେଇ କିଛି ନିର୍ଦ୍ଦିଷ୍ଟ ବାସ୍ତୁ ରହିଛି । ବାସ୍ତୁ ଅନୁସାରେ ପୂଜା ଘର ସ୍ଥାପନ କଲେ, ଘରେ ସକରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ । ପରିବାର ଲୋକମାନଙ୍କ ମନରେ ଦୃଢ଼ତା ଆସିଥାଏ । ହେଲେ ପୂଜା ଘର ସଠିକ୍ ସ୍ଥାନରେ ନରହିଲେ, ପୂଜାପାଠର ଶୁଭଫଳ ପ୍ରାପ୍ତ ହୋଇନଥାଏ । ଏଣୁ ବାସ୍ତୁ ଅନୁସାରେ ପୂଜାଘର ରହିବା ନିହାତି ଆବଶ୍ୟକ ।
- ବାସ୍ତୁ ହିସାବରେ ପୂଜାଘର ସର୍ବଦା ଉତ୍ତର-ପୂର୍ବ ଦିଗରେ ରହିବା ଆବଶ୍ୟକ । ଇସାନ କୋଣକୁ ଦେବ କୋଣ ବା ଦିଗ କୁହାଯାଏ । ଏଣୁ ଆପଣ ଚାହିଁଲେ ଦେବ ଦିଗରେ ମନ୍ଦିର ବା ପୂଜାଘର ମଧ୍ୟ ସ୍ଥାପନ କରିପାରିବେ ।
- ଧ୍ୟାନରେ ରଖନ୍ତୁ ଯେ, ପୂଜା ସମୟରେ ଆପଣଙ୍କ ମୁହଁ କେଉଁ ଦିଗରେ ରହୁଛି, ସେପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡ଼ିଥାଏ । ପଶ୍ଚିମ ଆଡ଼କୁ ମୁହଁ କରି ଆପଣ ପୂଜା କରିପାରିବେ ।
- ପୂଜାଘର କରିବା ପୂର୍ବରୁ ଧ୍ୟାନରେ ରଖନ୍ତୁ ଯେ, ପାଖରେ ଶୌଚାଳୟ ବା ରୋଷେଇ ଘର ନଥିବ । ଯଦି ପୂଜା ଘର ପାଖରେ ଏହି ଦୁଇଟି ଘର ରହିଥାଏ, ତେବେ କୌଣସି କାର୍ଯ୍ୟର ଅନୁକୂଳ ହୋଇପାରିନଥାଏ । ସେହିପରି ଶୟନ କକ୍ଷ ପାଖରେ ପୂଜା ଘର ରହିବା ଅଶୁଭ ଅଟେ ।
- ଭଗବାନଙ୍କ ଆରତୀ କେବଳ ଦକ୍ଷିଣ ଦିଗରେ କରିବା ଆବଶ୍ୟକ ବୋଲି ବାସ୍ତୁ କହେ । ଏହାସହିତ ଯଦି ପୂଜାଘରେ ଶିଢ଼ି କରୁଛନ୍ତି, ତେବେ ଧ୍ୟାନ ରଖନ୍ତୁ ଯେ, ମନ୍ଦିର ଯେପରି ଉଚ୍ଚାରେ ରୁହେ । ଯଦି ପୂଜାଘର ଶିଢ଼ିର ତଳେ ରହିଛି, ଏହାର କୁପ୍ରଭାବରେ ଘର ଲୋକଙ୍କର ସ୍ୱାସ୍ଥ୍ୟ ସମସ୍ୟା ଉତ୍ପନ ହୁଏ । ଏହିପରି ବାସ୍ତୁ ଦୋଷ କଲେ କରଜରେ ମଧ୍ୟ ବୁଡ଼ିବାର ସମସ୍ୟା ଦେଖାଯାଏ ।