ରାଜ୍ୟରେ ଜିଓ ଏୟାରଫାଇବର ସେବା ସମ୍ପ୍ରସାରଣ

ଭୁବନେଶ୍ୱର: ବିଶ୍ୱର ସର୍ବବୃହତ ଘରୋଇ ମୋବାଇଲ ଡାଟା ନେଟୱର୍କ ରିଲାଏନ୍ସ ଜିଓ ପକ୍ଷରୁ ସାରା ଓଡ଼ିଶାରେ ୩୦ରୁ ଊର୍ଦ୍ଧ୍ୱ ସହର ଓ ନଗରକୁ ବିଶ୍ୱ ମାନର ସର୍ବାଧୁନିକ ଜିଓଏୟାରଫାଇବର୍ ସେବା ସମ୍ପ୍ରସାରଣ କରାଯାଇଛି । ପ୍ରାରମ୍ଭିକ ଭାବେ ନଭେମ୍ବର ୨୦୨୩ରେ ଭୁବନେଶ୍ୱର ଓ କଟକ ସହରରେ ଶୁଭାରମ୍ଭ ହୋଇଥିବା ଜିଓଏୟାରଫାଇବର୍ ସେବା ଏବେ ଏହି ୩୦ ସହର ଓ ନଗରକୁ ସମ୍ପ୍ରସାରଣ ମାଇଲଖୁଣ୍ଟ ସହିତ ଓଡ଼ିଶାରେ ଡିଜିଟାଲ ଦୃଶ୍ୟପଟ୍ଟରେ ଉଲ୍ଲେଖନୀୟ ପରିବର୍ଦ୍ଧନର ଏକ ନିଦର୍ଶନ ହୋଇଛି । ଜିଓ ଏୟାର ଫାଇବର୍ ଶେଷ ମାଇଲ ସଂଯୋଗୀକରଣରେ ରହିଥିବା ସମସ୍ୟାକୁ ଦୂର କରିବ ଏବଂ ପ୍ରତ୍ୟେକ ଘର ଓ କ୍ଷୁଦ୍ର ବ୍ୟବସାୟିକ ପ୍ରତିଷ୍ଠାନକୁ ବ୍ରଡବ୍ୟାଣ୍ଡ୍ ସୁବିଧା ସହିତ ସଂଯୁକ୍ତ କରିବ ଯେଉଁଠାରେ ପୂର୍ବରୁ ଗୁଣାତ୍ମକ ହୋମ୍ ବ୍ରଡବ୍ୟାଣ୍ଡ୍ ସୁବିଧା ସେମାନଙ୍କ ପରିସରକୁ ଅପ୍‌ଟିକାଲ-ଫାଇବର ସମ୍ପ୍ରସାରଣରେ ରହିଥିବା ବିଭିନ୍ନ ଜଟିଳତା କାରଣରୁ ଉପଲବ୍ଧ ହୋଇପାରୁନଥିଲା । ଜିଓଏୟାରଫାଇବର ଟିଭି ଅଥବା ବ୍ରଡବ୍ୟାଣ୍ଡ୍ ବ୍ୟବହାରକାରୀଙ୍କୁ ଗୋଟିଏ ସମନ୍ୱିତ ସେବା ଜରିଆରେ ଯୋଗାଇ ଦିଆଯାଉଥିବା ଏକ ବିଶ୍ୱ ମାନର ସର୍ବାଧୁନିକ ହୋମ୍ ଏଣ୍ଟରଟେନ୍‌ମେଣ୍ଟ, ବ୍ରଡବ୍ୟାଣ୍ଡ୍ ଏବଂ ଡିଜିଟାଲ୍ ଅନୁଭୂତିକୁ ଉନ୍ନୀତ ହେବା ସୁଯୋଗ ପ୍ରଦାନ କରୁଛି । ଜିଓ ଏୟାରଫାଇବର୍ ପ୍ଲାନ୍‌ରେ ଗ୍ରାହକଙ୍କୁ ଅସୀମିତ ଡାଟା ସହିତ ୩୦ ଏମ୍‌ବିପିଏସ୍ ଓ ୧୦୦ ଏମ୍‌ବିପିଏସ୍ ଭଳି ଦୁଇ ପ୍ରକାର ସ୍ପିଡ୍‌ର ପ୍ଲାନ୍ ଉପଲବ୍ଧ ହେଉଛି । ପ୍ରାରମ୍ଭିକ ୩୦ ଏମ୍‌ବିପିଏସ୍ ପ୍ଲାନ୍‌ର ମୂଲ୍ୟ ୫୯୯ ଟଙ୍କା ରହିଛି । ସେହିପରି ୧୦୦ ଏମ୍‌ବିପିଏସ୍ ପ୍ଲାନ୍‌ର ମୂଲ୍ୟ ୮୯୯ ଟଙ୍କା ରହିଛି । ଉଭୟ ପ୍ଲାନ୍‌ରେ ୫୫୦ରୁ ଅଧିକ ଡିଜିଟାଲ୍ ଚ୍ୟାନେଲ୍ ଓ ୧୪ଟି ଲୋକପ୍ରିୟ ମନୋରଞ୍ଜନ ଓଟିଟି ଆପ୍ ଉପଲବ୍ଧ ରହିଛି । ଜିଓଏୟାରଫାଇବର ପ୍ଲାନ୍‌ରେ ୧୦୦ ଏମ୍‌ବିପିଏସ୍ ସ୍ପିଡ୍ ରହିଥିବା ଏକ ୧୧୯୯ ଟଙ୍କିଆ ପ୍ଲାନ୍ ମଧ୍ୟ ରହିଛି, ଯେଉଁଥିରେ ୫୫୦ ରୁ ଅଧିକ ଡିଜିଟାଲ୍ ଚ୍ୟାନେଲ୍ ଏବଂ ନେଟ୍‌ଫ୍ଲିକ୍ସ, ଆମାଜନ ଓ ଜିଓ ସିନେମା ଭଳି ପ୍ରିମିୟମ ଓଟିଟି ସବସ୍କ୍ରିପସନ ସମେତ ୧୬ ରୁ ଅଧିକ ମନୋରଞ୍ଜନ ଓଟିଟି ଆପ୍ ଉପଲବ୍ଧ ରହିଛି । ଜିଓ ଏୟାରଫାଇବର୍ ଏହି ଶ୍ରେଣୀରେ ସର୍ବୋତ୍ତମ ମୂଲ୍ୟଗତ ଲାଭ ପ୍ରଦାନ କରିବା ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ନିରୀକ୍ଷଣ ଓ ସ୍ମାର୍ଟ ହୋମ୍ କ୍ଷେତ୍ରରେ ନିଜସ୍ୱ ସମାଧାନ ଜରିଆରେ ବିଶ୍ୱସ୍ତରୀୟ ଡିଜିଟାଲ୍ ମନୋରଞ୍ଜନ, ସ୍ମାର୍ଟ ହୋମ୍ ସେବା ଏବଂ ବ୍ରଡ୍‌ବ୍ୟାଣ୍ଡ୍ ସେବା ପ୍ରଦାନ କରିବ । ଜିଓଏୟାରଫାଇବର୍ ସହିତ ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ ଗ୍ରାହକ ନିଜ ଘର କିମ୍ବା ବ୍ୟବସାୟ ସ୍ଥଳରେ ନିରବଛିନ୍ନ କଭରେଜ୍ ପାଇଁ ୱାଇ-ଫାଇ ରାଉଟର, ୪କେ ସ୍ମାର୍ଟ ସେଟ-ଅପ ବକ୍ସ ଏବଂ ଭଏସ ଆକ୍ଟିଭ ରିମୋଟ ଭଳି ଡିଭାଇସ ପାଇବେ । ଡିଜିଟାଲ୍ ମନୋରଞ୍ଜନ କ୍ଷେତ୍ରରେ ୫୫୦ରୁ ଅଧିକ ପ୍ରମୁଖ ଡିଜିଟାଲ ଟିଭି ଚାନେଲ ହାଇ-ଡ଼େଫିନେସନରେ ଉପଲବ୍ଧ ହେବା ସହିତ ଜିଓ ଏୟାର୍‌ଫାଇବର୍ ଗ୍ରାହକ କ୍ୟାଚ-ଅପ୍ ଟିଭି ମାଧ୍ୟମରେ ସେମାନଙ୍କର ପସନ୍ଦର କାର୍ଯ୍ୟକ୍ରମଗୁଡ଼ିକୁ ନିଜ ଇଚ୍ଛାମୂତାବକ ପଛକୁ ଯାଇ ପୁଣି ଦେଖିପାରିବେ । ସେହିଭଳି ଜିଓଏୟାରଫାଇବର୍ ଗ୍ରାହକ ୧୬ରୁ ଅଧିକ ପ୍ରମୁଖ ଓଟିଟି ଆପ୍‌ଗୁଡ଼ିକର ମାଗଣା ସବସ୍କ୍ରିପସନ ସାଙ୍ଗକୁ ସେହି ସବସ୍କ୍ରିପସନ ବ୍ୟବହାର କରି ନିଜ ପସନ୍ଦର ଡିଭାଇସରେ ଯେପରିକି ଲାପ୍‌ଟପ୍‌, ଟିଭି, ମୋବାଇଲ କିମ୍ବା ଟାବଲେଟରେ ଏହାର ମଜା ନେଇପାରିବେ । ଜିଓର ବିଶ୍ୱସନୀୟ ୱାଇଫାଇ ସଂଯୋଗ ଜରିଆରେ ଘର କିମ୍ବା ବ୍ୟବସାୟ ପ୍ରତିଷ୍ଠାନର କୋଣ ଅନୁକୋଣରେ ହାଇ-ସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ଅନୁଭୂତି ପାଇପାରିବେ । ସେହିଭଳି ଜିଓଏୟାରଫାଇବର୍ ଗ୍ରାହକ ସ୍ମାର୍ଟ ହୋମ ସେବା ଜରିଆରେ ଶିକ୍ଷା ପାଇଁ କ୍ଲାଉଡ଼ ପିସି ଓ ୱାର୍କ ଫ୍ରମ ହୋମ, ସୁରକ୍ଷା ଓ ନିରୀକ୍ଷଣ ସମାଧାନ, ସ୍ୱାସ୍ଥ୍ୟ, ଶିକ୍ଷା, ସ୍ମାର୍ଟ ହୋମ ଆଇଓଟି, ଗେମିଙ୍ଗ ଓ ହୋମ ନେଟୱର୍କିଙ୍ଗ ଭଳି ସେବାର ଉପଯୋଗ କରିପାରିବେ । ଜିଓ ଏୟାର୍‌ଫାଇବର୍ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍ ମାଧ୍ୟମରେ ବୁକିଂ କରାଯାଇପାରିବ ।

Related Articles

Leave a Reply

Your email address will not be published.

Back to top button