ଧନତେରସରେ ରେକର୍ଡ ସ୍ତରରେ ସୁନା ବିକ୍ରି

ନୂଆଦିଲ୍ଲୀ: ଧନତେରସ ଉପଲକ୍ଷେ ଲୋକ ସୁନା-ରୁପା କିଣୁଛନ୍ତି। ଏନେଇ ଜୁଏଲରୀ ଦୋକାନରେ ପ୍ରବଳ ଭିଡ ଦେଖିବାକୁ ମିଳିଛି। ଆଜିର ଦିନରେ ଜୁଏଲାରୀ ଦୋକାନୀମାନେ ରେକର୍ଡ ସ୍ତରର ବ୍ୟବସାୟ କରିଛନ୍ତି। ଅଲ ଇଣ୍ଡିଆ ଜ୍ୱେଲର୍ସ ଆଣ୍ଡ ଗୋଲ୍ଡସ୍ମିଥ୍‌ ଫେଡେରଶନର ରାଷ୍ଟୟୀୟ ଅଧ୍ୟକ୍ଷ ପଙ୍କଜ ଅରୋଡା କହିଛନ୍ତି, ସା ସୁଦ୍ଧା ସୁନା-ରୁପା ଏବଂ ଅନ୍ୟ ଜୁଏଲାରୀର ପାଖାପାଖି ୩୦ହଜାର କୋଟି ଟଙ୍କାର ବ୍ୟବସାୟ ହୋଇଗଲାଣି। ଏପର୍ଯ୍ୟନ୍ତ ୨୭ହଜାର କୋଟି ସୁନା ବିକ୍ରି ହୋଇଥିବାବେଳେ ୩ହଜାର କୋଟିର ରୁପା ବିକ୍ରି ହୋଇଛି। ଅନୁମାନନୁସାରେ, ଏପର୍ଯ୍ୟନ୍ତ ଦେଶରେ ୪୧ଟନ ସୁନା ଓ ୪୦୦ଟନ ରୁପା ଜୁଏଲାରୀ ବିକ୍ରି ହୋଇ ସାରିଛି। ପୂର୍ବ ବର୍ଷ ଧନତେରସରେ ୨୫ହଜାର କୋଟି ଟଙ୍କାର ବ୍ୟବସାୟ ହୋଇଥିଲା। ସେତେବେଳେ ସୁନା ଦାମ ୧୦ଗ୍ରାମ ପିଛା ୫୨ହଜାର ଥିଲା ଯେତେବେଳେ କି ବର୍ତ୍ତମାନର ଦାମ ୬୨ହଜାର ରହିଛି। ସେହିପରି ରୁପା କିଲୋ ପିଛା ୫୮ହଜାର ଥିବାବେଳେ ବର୍ତ୍ତମାନ ୭୨ହଜାର ରହିଛି।

Related Articles

Leave a Reply

Your email address will not be published.

Back to top button