ଆଥର୍ ଏନର୍ଜି ପକ୍ଷରୁ କର୍ପୋରେଟ୍ ପହଞ୍ଚ ଅଭିଯାନ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଇଲେକ୍‌ଟ୍ରିକ୍ ସ୍କୁଟର୍ ନିର୍ମାତା ଆଥର୍ ଏନର୍ଜି ପକ୍ଷରୁ ଦେଶରେ ଇ-ମୋବିଲିଟିକୁ ପ୍ରୋତ୍ସାହିତ କରିବା ପାଇଁ ଏହାର ସର୍ବବୃହତ୍ କର୍ପୋରେଟ୍ ପହଞ୍ଚ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି ମାସିକିଆ କାର୍ଯ୍ୟକ୍ରମ ୨୫୦୦ରୁ ଅଧିକ ସଂସ୍ଥାର କର୍ମଚାରୀମାନଙ୍କୁ ଟାର୍ଗେଟ୍ କରିଛି ଏବଂ ଏହା କର୍ପୋରେଟ୍ କର୍ମଚାରୀଙ୍କୁ ଏକ ଆଥର୍ ସ୍କୁଟର କିଣିବା ପାଇଁ ମୋଟ ୧୬୨୫୯ ଟଙ୍କାର ଲାଭ ପ୍ରଦାନ କରିବ । ଇଭି ଇକୋସିଷ୍ଟମରେ ଏକ ଅଗ୍ରଣୀ ସଂସ୍ଥା ଭାବେ ଆଥର୍ ଏହି ପଦକ୍ଷେପ ସହିତ ଇଭିର ଗ୍ରହଣୀୟତାକୁ ତ୍ୱରାନ୍ୱିତ କରିବା ଜାରି ରଖିଛି । ଆଥର୍ ପକ୍ଷରୁ କର୍ପୋରେଟ୍ କର୍ମଚାରୀଙ୍କ ପାଇଁ ଏକାଧିକ ‘ନେଭର୍ ହିଅର୍ଡ ବିଫୋର୍‌’ ଅଫର୍ ଆରମ୍ଭ କରାଯାଇଛି ଯାହା ଆରମ୍ଭ ହୋଇଯାଇଛି, ଏହି ଅଫର୍‌ଗୁଡିକ ମଧ୍ୟରେ ୪୦୦୦ ଟଙ୍କାର ଏକ କର୍ପୋରେଟ୍ ରିହାତି, ୪୦୦୦ ଟଙ୍କାର ଏକ ଏକ୍ସଚେଞ୍ଜ ବୋନସ୍ ଓ ଏକ ଆଥର୍ କିଣିବା ପାଇଁ ନିଆଯାଇଥିବା ଋଣ ଉପରେ ଟିକସ ସଞ୍ଚୟ ଆଦି ସାମିଲ ରହିଛି । ସେହିପରି ଉତ୍ପାଦ କ୍ଷେତ୍ରରେ ଆଥର୍ ମାଗଣାରେ ୮୨୫୯ ଟଙ୍କା (କେବଳ ୪୫୦ ଏକ୍ସ ଉପରେ) ମୂଲ୍ୟର ୨ ବର୍ଷର ଏକ୍ସଟେଣ୍ଡେଡ୍ ୱାରେଣ୍ଟି (କମ୍ପାନୀର ୩ ବର୍ଷର ୱାରେଣ୍ଟି ଶେଷ ହେବା ପରେ) ଦେଉଛି । ଏହି ଅଫର୍‌ଗୁଡିକ ଆସନ୍ତା ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ବୈଧ ରହିବ । ଆଥର୍ ଏନର୍ଜି ପକ୍ଷରୁ କାର୍ଯ୍ୟକ୍ଷେତ୍ରଗୁଡିକରେ ମାଗଣାରେ ଚାର୍ଜିଙ୍ଗ୍ ଭିତ୍ତିଭୂମି ସ୍ଥାପନ କରିବା ପାଇଁ ସୁବିଧା ପ୍ରଦାନ କରାଯାଉଛି । ଏହି କର୍ପୋରେଟ୍ ଅଫର୍ ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ, ୱିପ୍ରୋ ଟେକ୍ନୋଲୋଜିସ୍‌, ସାମ୍‌ସଙ୍ଗ ଇଣ୍ଡିଆ, ମିନ୍ତ୍ରା, ଟାଟା ଟେକ୍ନୋଲୋଜିସ୍‌, ଇଣ୍ଡିଆନ୍ ରେଲ୍‌ୱେ କ୍ୟାଟରିଙ୍ଗ୍ ଆଣ୍ଡ୍ ଟୁରିଜିମ୍ କର୍ପୋରେଶନ ଲିଃ, ଭାରତୀ ଏୟାରଟେଲ୍ ଲିଃ ଭଳି ଅଗଣ୍ରୀ ସଂସ୍ଥାଗୁଡିକର କର୍ମଚାରୀଙ୍କ ପାଇଁ ଉପଲବ୍ଧ ରହିଛି । ଆଥର୍ ଏନର୍ଜିର ବର୍ତ୍ତମାନ ୮୦ଟି ସହରରେ ୧୦୦ରୁ ଅଧିକ ଏକ୍ସପେରିଏନ୍ସ ସେଣ୍ଟର୍ ସହିତ ଦେଶବ୍ୟାପୀ ଏକ ମଜଭୁତ ରିଟେଲ୍ ସେଲ୍‌ସ ନେଟ୍‌ୱର୍କ ରହିଛି ।

Related Articles

Leave a Reply

Your email address will not be published.

Back to top button