୭୦୩ ଟଙ୍କାରେ ମିଳିବ ରନ୍ଧନ ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ : ପାର୍ବଣ ଋତୁ ପୂର୍ବରୁ ଗ୍ରାହକଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ମଙ୍ଗଳବାର କ୍ୟାବିନେଟ ଘରୋଇ ବ୍ୟବହାର ପାଇଁ ତରଳ ପେଟ୍ରୋଲିୟମ ଗ୍ୟାସ (ଏଲପିଜି) ମୂଲ୍ୟରେ ହ୍ରାସ କରିବାକୁ ଘୋଷଣା କରିଛି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଉଜ୍ୱଲା ହିତାଧିକାରୀଙ୍କ ପାଇଁ ସବସିଡି ବର୍ତ୍ତମାନ ଏଲପିଜି ସିଲିଣ୍ଡର ପିଛା ୪୦୦ ଟଙ୍କା ହେବ। ଗ୍ରାହକଙ୍କୁ ରାକ୍ଷୀ, ଓନାମ ଉପହାର ଭାବରେ ଅନୁରାଗ ଠାକୁର କ୍ୟାବିନେଟର ସଂକ୍ଷିପ୍ତ ବୈଠକରେ ଏଲଜିଜି ସିଲିଣ୍ଡର ମୂଲ୍ୟରେ ଉଜ୍ୱଲା ଯୋଜନା ଅନ୍ତର୍ଗତ ସିଲିଣ୍ଡର ପିଛା ୨୦୦ ଟଙ୍କା ହ୍ରାସ କରିବାକୁ ଘୋଷଣା କରିଛନ୍ତି। ଠାକୁର କହିଛନ୍ତି, ଏଲପିଜି ସିଲିଣ୍ଡରର ସମସ୍ତ ଘରୋଇ ଗ୍ରାହକଙ୍କୁ ସିଲିଣ୍ଡର ପିଛା ୨୦୦ଟଙ୍କା ସବସିଡି ମିଳିବ। ଏଥିସହ ପିଏମ ଉଜ୍ୱଲା ଯୋଜନା ଅଧୀନରେ ଥିବା ଉପଭୋକ୍ତାମାନେ ଏହି ସବସିଡି ସହିତ ବର୍ତ୍ତମାନର ସବସିଡି ଅର୍ଥାତ ମୋଟ ୪୦୦ ଟଙ୍କା ସବସିଡି ପାଇବେ। ମନ୍ତ୍ରୀ କହିଛନ୍ତି ଏଲପିଜି ସିଲିଣ୍ଡର ଉପରେ ଅତିରିକ୍ତ ସବସିଡି ଦ୍ୱାରା ୩୩ କୋଟି ଗ୍ରାହକ ଉପକୃତ ହେବେ ଏବଂ ଏହା ଆଜିଠାରୁ ଲାଗୁ ହେବ। ବର୍ତ୍ତମାନ ରନ୍ଧନ ଗ୍ୟାସ ଏଲପିଜିର ମୂଲ୍ୟ ନୂଆଦିଲ୍ଲୀରେ ୧୪.୨ କିଲୋଗ୍ରାମ ସିଲିଣ୍ଡର ପିଛା ୧,୧୦୩ ଟଙ୍କା ରହିଛି। ବର୍ତ୍ତମାନ ଏହା ଉଜ୍ୱଲା ଯୋଜନା ପାଇଁ ଏହା ୭୦୩ ଟଙ୍କା ଏବଂ ସାଧାରଣ ଗ୍ରାହକଙ୍କ ପାଇଁ ୯୦୩ ଟଙ୍କା ହୋଇଛି।

Related Articles

Leave a Reply

Your email address will not be published.

Back to top button