ଏପର୍ଯ୍ୟନ୍ତ ଫେରସ୍ତ ହୋଇନାହିଁ ପ୍ରାୟ ୮ ହଜାର କୋଟି: ୨୦୦୦ ଟଙ୍କା ନୋଟ୍ ସମ୍ବନ୍ଧରେ ଆରବିଆଇ ଦେଲା ଅପଡେଟ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗୁରୁବାର ଦିନ ଦୁଇ ହଜାର ଟଙ୍କିଆ ନୋଟ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି। ଯେଉଁଥିରେ କୁହାଯାଇଛି ଯେ, ବନ୍ଦ ହୋଇଥିବା ୨୦୦୦ ଟଙ୍କାର ୯୭.୭୬ ପ୍ରତିଶତ ବ୍ୟାଙ୍କିଙ୍ଗ ସିଷ୍ଟମକୁ ଫେରିଛି। ହେଲେ ବର୍ତ୍ତମାନ ୭,୯୬୧ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ୍ ବର୍ତ୍ତମାନ ଜନସାଧାରଣଙ୍କ ପାଖରେ ଅଛି। ଆରବିଆଇ ବିବୃତ୍ତିରେ କହିଛି ଯେ, ମେ ୨୦ ତାରିଖ ୨୦୨୩ ରେ ୨୦୦୦ ଟଙ୍କିଆ ନୋଟ୍ (୨୦୦୦ ଟଙ୍କା ବ୍ୟାନ୍) ପ୍ରତ୍ୟାହାର କରିବାକୁ ଘୋଷଣା କରାଯାଇଥିଲା। ସେହି ଦିନ ଶେଷ ଆଡକୁ ବଜାରରେ ଉପସ୍ଥିତ ୨୦୦୦ ନୋଟର ପ୍ରତ୍ୟାହାର ମୂଲ୍ୟ ୩.୫୬ ଲକ୍ଷ କୋଟି ଟଙ୍କା ଥିଲା। ବର୍ତ୍ତମାନ ଏପ୍ରିଲ୍ ୩୦ ତାରିଖ ୨୦୨୪ ରେ କେବଳ ୭,୯୬୧ କୋଟି ଟଙ୍କା ମୂଲ୍ୟର ନୋଟ୍ ବଜାରରେ ଅଛି।

Related Articles

Leave a Reply

Your email address will not be published. Required fields are marked *

Back to top button