୭୦ ହଜାର ପାରକଲା ସୁନାଦର

ନୂଆଦିଲ୍ଲୀ: ସୁନା ମୂଲ୍ୟର ବୃଦ୍ଧି ଧାରା ଜାରି ରହିଛି। ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସୁନାର ମୂଲ୍ୟ ବହୁତ ବୃଦ୍ଧି ପାଇଛି ଏବଂ ଏହାର ମୂଲ୍ୟ ରେକର୍ଡ ୭୦,୦୦୦ ଟଙ୍କା ଅତିକ୍ରମ କରିଛି। ସୁନା ସହିତ ରୂପା ମୂଲ୍ୟ ମଧ୍ୟ ବଢ଼ିବାରେ ଲାଗିଛି ଏବଂ ଏହା କିଲୋଗ୍ରାମ ପିଛା ୮୦,୦୦୦ ରୁ କିଛି ଟଙ୍କା ଦୂରରେ ଅଛି। ଏପ୍ରିଲ ୪ ବୁଧବାର ଦିନ, ଏମସିଏକ୍ସର ଫ୍ୟୁଚର ବଜାରରେ ସୁନା ୭୦,୦୦୦ ଟଙ୍କା ଅତିକ୍ରମ କରିଛି। ସୁନା ପ୍ରଥମ ଥର ପାଇଁ ୭୦ ହଜାର ଟଙ୍କା ଉଚ୍ଚ ସ୍ତରକୁ ଛୁଇଁଛି। ଗତକାଲି ତୁଳନାରେ ସୁନା ଆଜି ୩୭୨ ଟଙ୍କା ମହଙ୍ଗା ହୋଇ ୧୦ ଗ୍ରାମ ପିଛା ୭୦,୧୫୦ ଟଙ୍କାରେ ପହଞ୍ଚିଛି। ଏହାପୂର୍ବରୁ ବୁଧବାର ଦିନ ୧୦ ଗ୍ରାମ ପ୍ରତି ସୁନା ୬୯,୭୭୮ ଟଙ୍କା ବନ୍ଦ ହୋଇଯାଇଥିଲା।  ସୁନା ସହିତ ରୂପା ମୂଲ୍ୟ ମଧ୍ୟ ରେକର୍ଡ ସୃଷ୍ଟି କରୁଛି। ଗୁରୁବାର ଦିନ, ଏମସିଏକ୍ସ ଉପରେ ରୂପା ୬୮୯ ଟଙ୍କା ବୃଦ୍ଧି ପାଇ କିଲୋଗ୍ରାମ ପିଛା ୭୯,୭୦୦ ଟଙ୍କା ସ୍ତରରେ ପହଞ୍ଚିଛି। ବୁଧବାର ଦିନ ରୂପା ୭୯,୦୦୧ ଟଙ୍କା ସ୍ତରରେ ବନ୍ଦ ହୋଇଛି। କେବଳ ଘରୋଇ ନୁହେଁ ବିଶ୍ୱ ବଜାରରେ ମଧ୍ୟ ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଉଛି। ସାରା ବିଶ୍ୱରେ ଅନିଶ୍ଚିତତା ସମୟରେ ଲୋକମାନେ ସୁନା ଓ ରୂପା ଭଳି ଦ୍ରବ୍ୟରେ ବିନିଯୋଗ କରିବାକୁ ପସନ୍ଦ କରନ୍ତି। ବିଶ୍ୱ ବଜାରରେ ସୁନା ବୁଧବାର ୦.୦୫ ପ୍ରତିଶତ ବୃଦ୍ଧି ହୋଇ ଅନ୍ସ ପିଛା ୨୨୯୮.୭୪ ଡଲାରରେ ପହଞ୍ଚିଛି। ଗତକାଲି ତୁଳନାରେ ରୂପା ମଧ୍ୟ ୦.୦୬ ପ୍ରତିଶତ ବୃଦ୍ଧି ପାଇ ୨୭.୧ ପ୍ରତିଶତ ସ୍ତରରେ ପହଞ୍ଚି

Related Articles

Leave a Reply

Your email address will not be published.

Back to top button