ଅଚଳ ହେବ ୨ହଜାର ଟଙ୍କିଆ ନୋଟ୍‌

ନୂଆଦିଲ୍ଲୀ,୧୯।୫: ଅଚଳ ହେବ ୨ହଜାର ଟଙ୍କିଆ ନୋଟ୍‌। ଆଉ ୨ହଜାର ଟଙ୍କାର ନୋଟ୍‌ ଛାପିବନି ଭାରତୀୟ ରିଜର୍ଭ ବ୍ୟାଙ୍କ। ନୋଟ୍‌ ଫେରେଇ ନେବା ନେଇ ଶୁକ୍ରବାର ଘୋଷଣା କରିଛି ଆରବିଆଇ। ବର୍ତ୍ତମାନ ପାଇଁ ଏହି ନୋଟ୍‌ ବଜାରରେ ପ୍ରଚଳିତ ହୋଇପାରିବ। ମେ ୨୩ରୁ ସେପ୍ଟେମ୍ବର ୩୦ ମଧ୍ୟରେ ଏହି ନୋଟ୍‌କୁ ବ୍ୟାଙ୍କ୍‌ରେ ଫେରସ୍ତ କରିପାରିବେ। କିନ୍ତୁ ପୂର୍ବଭଳି ଏହି ନୋଟ୍‌ ଆଉ ଛପା ଯିବ ନାହିଁ। ନିକଟସ୍ଥ କୌଣସି ବି ବ୍ୟାଙ୍କ୍‌କୁ ଯାଇ ୨ହଜାର ଟଙ୍କିଆ ନୋଟ୍‌ ଜମା କରିପାରିବେ ବୋଲି ଆରବିଆଇ ସୂଚନା ଦେଇଛି। ଥରକରେ ୨୦ ହଜାର ଟଙ୍କିଆ ନୋଟ୍‌ ଜମା କରିପାରିବେ କିମ୍ବା ବଦଳାଇ ପାରିବେ। ଗ୍ରାହକଙ୍କୁ ୨ ହଜାର ଟଙ୍କା ନ ଦେବାକୁ ବ୍ୟାଙ୍କ୍‌ଗୁଡିକୁ ଆରବିଆଇ ନିର୍ଦ୍ଦେଶ ଦେଇଛି। ଆରବିଆଇ କହିଛି ଯେ, କ୍ଲିନ୍‌ ନୋଟ୍‌ ପଲିସି ଅନ୍ତର୍ଗତ ୨ହଜାର ଟଙ୍କିଆ ନୋଟ୍‌ ସର୍କୁଲେଶନ୍‌କୁ ବନ୍ଦ କରାଯାଇଛି। ସୂଚନାଯୋଗ୍ୟ, ଆରବିଆଇର ବାର୍ଷିକ ରିପୋର୍ଟ ଅନୁଯାୟୀ, ୨୦୨୧-୨୨ରେ ୨ହଜାର ଟଙ୍କିଆ ନୋଟ୍‌ ଗୋଟିଏ ବି ଛପା ଯାଇ ନାହିଁ। ଅର୍ଥାତ୍‌ ସର୍କୁଲେଶନ୍‌ ପୂର୍ବରୁ ଛାପିବା କମ୍‌ କରିଦିଆ ଯାଇଥିଲା। କେନ୍ଦ୍ର ସରକାର ୨୦୧୬ରେ ନୋଟବନ୍ଦୀ ନେଇ ବଡ ନିଷ୍ପତ୍ତି ନେଇଥିଲେ। ୮ ନଭେମ୍ବରରେ ୫ଶହ ଏବଂ ହଜାରେ ଟଙ୍କିଆ ନୋଟ୍‌ ପ୍ରଚଳନ ବନ୍ଦ କରି ଦେଇଥିଲେ। ସେହି ସମୟରେ ୨ହଜାର ପ୍ରଚଳନ କରାଯାଇଥିଲା। । ଏଠାରେ କୁହାଯାଇଥିଲାଯେ,ଏହି ଛୋଟ ନୋଟ୍‌ଗୁଡିକର ସ୍ଥାନ ୨ହଜାର ଟଙ୍କା ନେବ। କିନ୍ତୁ ଏହି କିଛି ବର୍ଷ ମଧ୍ୟରେ ବଜାରରେ ୨ହଜାର ଟଙ୍କାର ନୋଟ୍‌ର ପ୍ରଚଳନ ପୁରା କମି ଯାଇଥିଲା। ତେବେ ୨ହଜାର ଟଙ୍କା ନୋଟ୍‌ର ପ୍ରଚଳନ ୨୦୧୭-୧୮ରେ ଅଧିକ ଥିଲା। ସେହି ସମୟରେ ୩୩,୬୩୦ଲକ୍ଷ ୨ହଜାର ଟଙ୍କିଆ ନୋଟ୍‌ର ସର୍କୁଲେଶନ ହୋଇଥିଲା। ଗତ ଦୁଇବର୍ଷ ମଧ୍ୟରେ ଗୋଟିଏ ବି ୨ହଜାର ଟଙ୍କିଆ ନୋଟ୍‌ ଛପା ହୋଇ ନାହିଁ ବୋଲି ୨୦୨୧ରେ ଲୋକସଭାରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଥିଲେ।

Related Articles

Leave a Reply

Your email address will not be published.

Back to top button