ଘରକୁ ଫେରିଲା ୧୦୦ ଟନ୍ ସୁନା: ବ୍ରିଟେନ ବ୍ୟାଙ୍କରେ ଜମା ହୋଇଥିବା ସୁନା ଆଣିଲା ଆରବିଆଇ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଦ୍ୱାରା ବ୍ରିଟେନରୁ ୧୦୦ ଟନ୍ ରୁ ଅଧିକ ସୁନା ଦେଶକୁ ଆଣିଛି। ଏହା ଭାରତ ପାଇଁ ଏକ ବଡ଼ ସଫଳତା। ଏହାର ପ୍ରଭାବ ଦେଶର ଅର୍ଥନୀତିରେ ମଧ୍ୟ ଦେଖାଯିବ। ବର୍ତ୍ତମାନ ଭାରତରେ ପରିସ୍ଥିତି ବଦଳୁଛି …ଏପରି ସମୟ ଥିଲା ଯେତେବେଳେ ଦେଶର ସୁନାକୁ ବିଦେଶରେ ରଖିବାର ଖବର ଶୁଣାଯାଉଥିଲା, କିନ୍ତୁ ବର୍ତ୍ତମାନ ଭାରତ ସୁନା ଫେରାଇ ଆଣିଛି। ଟାଇମ୍ସ ଅଫ୍ ଇଣ୍ଡିଆର ଖବର ଅନୁଯାୟୀ ଆରବିଆଇ ଅଧିକାରୀ କହିଛନ୍ତି ଯେ, ଆଗାମୀ ଦିନରେ ଭାରତକୁ ପ୍ରାୟ ୧୦୦ ଟନ୍ ସୁନା ଅଣାଯିବ। ଭବିଷ୍ୟତରେ ଆର୍ଥିକ ସ୍ଥିରତା ବଜାୟ ରଖିବାକୁ ଆରବିଆଇ ଦେଶର ଟ୍ରେଜେରୀରେ ସୁନା ପରିମାଣ ବୃଦ୍ଧି କରୁଛି ବୋଲି କୁହାଯାଉଛି।

Related Articles

Leave a Reply

Your email address will not be published.

Back to top button