୬୦ ହଜାର ଛୁଇଁଲା ସେନସେକ୍ସ

ମୁମ୍ବାଇ: ଦୀର୍ଘ ୪ ମାସ ପରେ ସେନସେକ୍ସ ୬୦ ହଜାର ଟପିଛି। ଆଜି ସକାଳେ ଲାଲ, ସବୁଜ ସଙ୍କେତ ସହ ଖୋଲିଥିଲା ଏବଂ ଦିନ ସାରା ଟ୍ରେଡିଂ ସମୟ ପରେ ସବୁଜ ସଙ୍କେତ ଉପରେ ରହି ବନ୍ଦ ହୋଇଛି । ଆଜି କାରବାର ଶେଷ ହେବା ବେଳକୁ ମୁମ୍ବାଇ ଷ୍ଟକ୍ ଏକ୍ସଚେଞ୍ଜର ସୂଚକାଙ୍କ ସେନସେକ୍ସ ପ୍ରାୟ ୪୧୭.୯୨ ଅର୍ଥାତ୍ ୦.୭୦ % ସହ ୬୦,୨୬୦.୧୩  ରେ ବନ୍ଦ ହୋଇଛି, ସେହିପରି ନିଫ୍ଟୀ ୧୧୯.୦୦ ପଏଣ୍ଟ ଅର୍ଥାତ୍ ୦.୬୭% ସହ ୧୭,୯୪୪.୨୫ ପଏଣ୍ଟରେ ବନ୍ଦ ହୋଇଛି । ଆରମ୍ଭରେ ୩୦ ଅଙ୍କ ଥିବା ସେନ୍ସେକ୍ସ ଏବଂ ନିଫଟୀ ଉଭୟ ସବୁଜ ସଙ୍କେତ ଉପରେ ଖୋଲିଥିଳେ । ବୁଧବାର ସକାଳେ ସେନ୍ସେକ୍ସ ୯୫.୮୪ ଅଙ୍କ ବୃଦ୍ଧି ପାଇ ୫୯,୯୩୮ରେ ଖୋଲିଥିଲା । ସେହିଭଳି ନିଫ୍ଟୀ ରେ ପ୍ରାୟ ୪୧ ଅଙ୍କ ବୃଦ୍ଧି ହୋଇ ୧୭,୮୬୮.୧୫ ରେ ଖୋଲିଥିଲା । ତେବେ ଆଜି ଅଟୋ, ଅଏଲ ଆଣ୍ଡ୍ ଗ୍ୟାସ୍, ବ୍ୟାଙ୍କି ଷ୍ଟକ୍ ଭଲ ପ୍ରଦର୍ଶନ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button