କଂସା, ପିତ୍ତଳ ହସ୍ତଶିଳ୍ପକୁ ଜିଆଇ ମାନ୍ୟତା ଆବେଦନ

ଭୁବନେଶ୍ୱର : ଜିଆଇ ମାନ୍ୟତା ପାଇଁ ବିଭାଗ ତରଫରୁ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଅଧିନସ୍ଥ ଉତ୍କଳିକା ମାଧ୍ୟମରେ ଆବେଦନ କରାଯାଇଛି । ବର୍ଷକ ମଧ୍ୟରେ ହସ୍ତଶିଳ୍ପ କ୍ଷେତ୍ରରେ ଭୌଗଳିକ ସୂଚକାଙ୍କ ପଞ୍ଜୀକରଣ ନିମନ୍ତେ ଏହା ହେଉଛି ତୃତୀୟ ଆବେଦନ । ପୂର୍ବରୁ କୋଣାର୍କ ପଥର ଖୋଦେଇ, ପିପଲି ଚାନ୍ଦୁଆ ଓ ଓଡିଶା ପଟ୍ଟ ଚିତ୍ରର ଭୌଗଳିକ ସୂଚକାଙ୍କ ପଞ୍ଜୀକରଣ କରାଯାଇଛି । ଏହାସହିତ କଟକ ଚାନ୍ଦି ତାରକସି ଓ ଓଡିଶା କାଇଁଚ କାମ ହସ୍ତଶିଳ୍ପର ଭୌଗଳିକ ସୂଚକାଙ୍କ ପଞ୍ଜୀକରଣ ନିମନ୍ତେ ଆବେଦନ କରାଯାଇଛି । ଏହା ଏବେ ଚେନ୍ନାଇ ସ୍ଥିତ ଭୌଗଳିକ ସୂଚକାଙ୍କରେ ରେଜିଷ୍ଟ୍ରେସନ ପାଇଁ ବିଚାରଧୀନ ରହିଛି । ପରବର୍ତ୍ତୀ ପର୍ଯ୍ୟାୟରେ ବେଲଗୁଣ୍ଠାର ନମନୀୟ ପିତ୍ତଳ ମାଛ, ବରବାଲିର ଟେରାକୋଟା ଛାତ ଟାଇଲ, ପୁରୀର କାଗଜ ମୁଖା, ଢେଙ୍କାନାଳ ଜିଲ୍ଳା ଜିରାଳର ନଡା କାମ, ବାଶ୍ୱେରର ଲାଖ କଣ୍ଢେଇ, ଓଡିଶା ଢୋକରା କାଷ୍ଟିଂ, ନୀଳଗରିରିର ପଥର କାମ ଓ ପଥର ବାସନ, ବଲାଙ୍ଗୀରର ଧାନରୁ ପ୍ରସ୍ତୁତ ହସ୍ତଶିଳ୍ପ, ସୁବର୍ଣ୍ଣପୁରର ଟେରାକୋଟା, ଗଜପତି ଜିଲ୍ଲାର ଶିଙ୍ଗ କାମ, ନବରଙ୍ଗପୁରର ଲାଖପେଡି ଓ ପୁରୀର ତାଳପତ୍ର ପୋଥୀ ଚିତ୍ର ଆଦି ହସ୍ତଶିଳ୍ପ ଜିଆଇ ମାନ୍ୟତା ପାଇଁ ଆବେଦନ ନିମନ୍ତେ ପଦକ୍ଷେପ ନିଆଯାଉଛି ବୋଲି ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶ କରାଯାଇଛି ।