୫ ଗୁଣା ବଢିବ ବେଡ ସଂଖ୍ୟା: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର:  କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି  ବେଡ ସଂଖ୍ୟା ବୃଦ୍ଧି କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା  ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । କୋଭିଡ ମୁକାବିଲା ସମ୍ପର୍କରେ ସେ ସୂଚନା ଦେବାକୁ ଯାଇ କହିଛନ୍ତି ଯେ,  ଗତ ବର୍ଷ ଅପେକ୍ଷା ୪ରୁ ୫ ଗୁଣା ଅଧିକ ବେଡ ବୃଦ୍ଧି କରାଯିବ ।  ୪ଟି କ୍ୟାଟିଗୋରୀରେ ବେଡ ବୃଦ୍ଧି କରିବାକୁ କୁହାଯାଇଛି ।  ସାଧାରଣ, ଅକ୍ସିଜେନ ସପୋର୍ଟ, ଆଇସିୟୁ ଓ ଆଇସିୟୁ ସହ ଭେଣ୍ଟିଲେଟର ବେଡ ବ୍ୟବସ୍ଥା କରାଯିବ ।

ନିୟମ ଅନୁସାରେ ୧୦୦ ବେଡରେ ହାରାହାରି ୬% ଆଇସିୟୁ ବେଡ ରହିବ ।  ବର୍ତ୍ତମାନ ସ୍ଥିତି ଦେଖି ଅକ୍ସିଜେନ ସପୋର୍ଟ ବେଡ ଅଧିକ ପାଇଁ କୁହାଯାଇଛି ।  ବର୍ତ୍ତମାନ ସାଧାରଣ ବେଡର ୨୫% ଓ ଆଇସିୟୁ ବେଡର ୬୦% ରୋଗୀ ଅଛନ୍ତି ।  ୧୮% ଭେଣ୍ଟିଲେଟର ବ୍ୟବହାର ହୋଇଛି । ୪୫ ଜଣ ଭେଣ୍ଟଇଲେଟରରେ  ଅଛନ୍ତି ।  ୫୪୧ଟି ଆଇସିୟୁ ବେଡରୁ ୩୨୯ଟିରେ ରୋଗୀ ରହିଛନ୍ତି ।  ଏହାଛଡ଼ା ଷ୍ଟାଣ୍ଡବାଇ ବେଡ ରହିଛି । କୌଣସି ଅସୁବିଧା ନାହିଁ ।  ଗତ ବର୍ଷ ପିକରେ ଯେତିକି ଅକ୍ସିଜେନ ଲାଗିଥିଲା ଏଥର ୧୦ ଗୁଣା ବଢିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।

Related Articles

Leave a Reply

Your email address will not be published.

Back to top button