୩୦ ପରେ ନବମ ଶ୍ରେଣୀ ପରୀକ୍ଷା ନିଷ୍ପତ୍ତି

ଭୁବନେଶ୍ୱର:  ପୁଣି ନିଜର କାୟା ବିସ୍ତାର କରି ଚାଲିଛି କରୋନା।  ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି । ଦିନକୁ ଦିନ କରୋନା ଲମ୍ବଡିଆଁ ମାରୁଛି ।  ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା  ବୃଦ୍ଧି ପାଉଛି । ରାଜ୍ୟରେ କରୋନା ଚିତ୍ର ଦିନକୁ ଦିନ ଭୟାନକ ଆଡ଼କୁ ଯାଉଛି ।  ଯାହାକୁ ନେଇ ସ୍କୁଲ ଓ କଲେଜରେ ପାଠପଢା ବ୍ୟାହତ ହୋଇଛି ।  ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି ।  ତାହା ହେଲା  ନବମ ଶ୍ରେଣୀ ପରୀକ୍ଷା ସମ୍ପର୍କରେ ଆସନ୍ତା ୩୦ ତାରିଖ ପରେ ନିଷ୍ପତ୍ତି ନିଆଯିବ ।  ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ,  ସରକାର ଚାହୁଁଛନ୍ତି ଛାତ୍ରଛାତ୍ରୀ ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା ଦିଅନ୍ତୁ ।  ଆସନ୍ତା ୩୦ ଯାଏଁ ନବମ ଶ୍ରେଣୀ ପିଲାଙ୍କ ସ୍କୁଲ ବନ୍ଦ ରହିଛି । ନବମ ଶ୍ରେଣୀ ପିଲାଙ୍କ କୋର୍ସ ପ୍ରାୟ ଅଧା ସରିଯାଇଛି । ଅଳ୍ପ ବାକି ଅଛି ।  ୩୦ ତାରିଖ ପରେ ପରବର୍ତ୍ତୀ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି  ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ପୂର୍ବରୁ ମନ୍ତ୍ରୀ ଶ୍ରୀ ଦାଶ କହିଥିଲେ ଯେ,   ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ତାରିଖ ଘୁଞ୍ଚିବ ନାହିଁ ।  ପୂର୍ବରୁ ଧାର୍ୟ୍ୟ ହୋଇଥିବା ତାରିଖରେ ପରୀକ୍ଷା କରାଯିବ ।  ଦଶମ ଓ ଯୁକ୍ତ ୨ ପରୀକ୍ଷା ହେବା ନାହିଁ କୌଣସି ଦ୍ୱନ୍ଦ୍ୱ ନାହିଁ ।  ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା  ପାଇଁ ଅଧିକ କେନ୍ଦ୍ର କରାଯିବ ।  ତେବେ ନବମ ଶ୍ରେଣୀ ପରୀକ୍ଷା ହେବ କି ନାହିଁ ସେନେଇ କିଛି ସ୍ଥିର ହୋଇନାହିଁ ।  ଯେହେତୁ ନବମ କ୍ଲାସ ବନ୍ଦ ରହିଛି । ପରୀକ୍ଷା କଥା ସ୍ଥିର ହୋଇନି ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଥିଲେ ।

Related Articles

Leave a Reply

Your email address will not be published.

Back to top button