୨ ବର୍ଷ ହେଲା ଛପା ହୋଇନି ୨୦୦୦ ଟଙ୍କିଆ

ନୂଆଦିଲ୍ଲୀ: ଦେଶରେ ପ୍ରାୟ ବର୍ଷ ହେଲା ଆଉ ୨୦୦୦ ଟଙ୍କିଆ ନୋଟ ଛପା ହେଉନାହିଁ । ୨୦୧୯ ଏପ୍ରିଲରୁ ଏହି ନୋଟର ଛପାବନ୍ଦ ରହିଛି । ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଲୋକସଭାରେ ଏହି ସୂଚନା ଦେଇଛନ୍ତି । ଲୋକମାନେ ଯେଭଳି ଏହାକୁ ଘରେ ଲୁଚାଇ ନ ରଖିବେ ଏବଂ ଅର୍ଥନୀତିରେ କଳାଟଙ୍କାର ପ୍ରଚଳନକୁ ରୋକାଯାଇପାରିବ ସେଥିପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଟଙ୍କା ନେଣଦେଣରେ ଯେଭଳି ଅସୁବିଧା ନ ହେବ ତାହାକୁ ଦୃଷ୍ଟିରେ ରଖି କେଉଁ ନୋଟ କେତେ ପରିମାଣରେ ଛପାଯିବ ରିଜର୍ଭ ବ୍ୟାଙ୍କ ସହ ପରାମର୍ଶ କରି ସରକାର ନିଷ୍ପତ୍ତି ନେଇଥାନ୍ତି । ୨୦୧୯୨୦ ଏବଂ ୨୦୨୦୨୧ ଆର୍ଥିକ ବର୍ଷରେ ୨୦୦୦ ଟଙ୍କିଆ ନୋଟ ଛାପିବା ପାଇଁ କୌଣସି ନିର୍ଦ୍ଦେଶ ନୋଟ ଛାପା କାରଖାନାଗୁଡ଼ିକୁ ଦିଆଯାଇନାହିଁ । ଅର୍ଥନୀତିରେ ଏହି ନୋଟସଂଖ୍ୟା କମିଥିଲେ ବି ସରକାର ଛାପାଖାନାଗୁଡ଼ିକୁ ଉକ୍ତ ନୋଟ ଛାପିବାକୁ ନିର୍ଦ୍ଦେଶ ଦେଇନାହାନ୍ତି । ସଂସଦରେ ଏକ ଲିଖିତ ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ୨୦୧୮ ମାର୍ଚ୍ଚ ୩୦ ସୁଦ୍ଧା ଦେଶରେ ୩୩୬୨ ନିୟୁତ ୨୦୦୦ ଟଙ୍କିଆ ନୋଟ ପ୍ରଚଳନ ହେଉଥିଲା । କିନ୍ତୁ ୨୦୨୧ ଫେବୃୟାରୀ ୨୬ ସୁଦ୍ଧା ୨୪୯୯ଟି ୨୦୦୦ ଟଙ୍କିଆ ନୋଟ ପ୍ରଚଳନ ହେଉଥିଲା ।

Related Articles

Leave a Reply

Your email address will not be published.

Back to top button