୧ରେ କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ: ଆସନ୍ତା ଜୁନ ୧ରେ ମୌସୁମୀ କେରଳ ଛୁଇଁବା ନେଇ ଆକଳନ କରାଯାଇଛି । ଜୁନ ୧ରେ ଦକ୍ଷିଣ ମୌସୁମୀ ବାୟୁ କେରଳ ଛୁଇଁବା ନେଇ  ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।  ପ୍ରକାଶ ଯେ, ଚଳିତ ବର୍ଷ ସ୍ୱାଭାବିକ ରହିବ ମୌସୁମୀ ବର୍ଷା ।  ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏଭଳି ପୂର୍ବାନୁମାନ କରାଯାଇଥିଲା ।  ଚଳିତ ବର୍ଷ ମୌସୁମୀ ବର୍ଷା ପ୍ରାୟ ୯୮ ପ୍ରତିଶତ ହେବାର ସମ୍ଭାବନା ରହିଛି ।  ଜୁନରୁ ସେପ୍ଟେମ୍ବର ମଧ୍ୟରେ ୯୮ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପୂର୍ବରୁ  ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଥିଲେ ।

ପୂର୍ବରୁ  ପାଣିପାଗ ସଂସ୍ଥା ସ୍କାଇମେଟ ପୂର୍ବାନୁମାନ କରିକହିଥିଲା ଯେ,   ଭାରତର ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ଏଥା ଜୁନରୁ ସେପ୍ଟେମ୍ବର ମାସ ପର୍ୟ୍ୟନ୍ତ ୧୦୩ ପ୍ରତିଶତ ବର୍ଷା ହେବା ସମ୍ଭାବନା ରହିଛି । ଜୁନ ମାସରେ ୧୭୭ ମିମି ଏବଂ ଜୁଲାଇରେ ୨୭୭ ମିମି ବର୍ଷା ହେବ । ଅଗଷ୍ଟରେ ୨୫୮ ମିମି ଏବଂ ସେପ୍ଟେମ୍ବରରେ ୧୯୭ ମିମି ବର୍ଷା ହେବ ବୋଲି ସ୍କାଇମେଟ କହିଥିଲା । ପ୍ରାରମ୍ଭିକ ସ୍ଥିତିରେ ପୂର୍ବ ଭାରତ ଏବଂ ମଧ୍ୟ ଭାରତରେ ମୌସୁମୀ ସ୍ୱାଭାବିକ ରହିବ ଏବଂ ଭଲ ବର୍ଷା ହେବ । ଜୁଲାଇରେ କର୍ଣ୍ଣାଟକ ଏବଂ ପଶ୍ଚିମ ରାଜସ୍ଥାନରେ ଅପେକ୍ଷାକୃତ କମ୍ ବୃଷ୍ଟିପାତ ହେବ । ତେବେ ଦେଶବ୍ୟାପୀ ଭଲ ବର୍ଷା ହେବ ଏବଂ ଏହା ସ୍ୱାଭାବିକ ବୃଷ୍ଟିପାତଠାରୁ ଅଧିକ ରହିବ ବୋଲି କୁହାଯାଇଥିଲା ।

Related Articles

Leave a Reply

Your email address will not be published.

Back to top button