ହୋଇପାରେ ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା

୧୮ରେ ଚୂଡାନ୍ତ ନିଷ୍ପତ୍ତି

ଭୁବନେଶ୍ଵର : ରାଜ୍ୟରେ ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା । ଏନେଇ ୧୮ ତାରିଖରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ପରୀକ୍ଷା ହେବା ଏକ ପ୍ରକାର ଚୂଡାନ୍ତ। ପିଲାମାନେ ପାଠପଢା ଜାରି ରଖନ୍ତୁ ବୋଲି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ୧୮ ତାରିଖରେ ପୁଣି କୁଳପତିମାନଙ୍କ ସହ ବୈଠକ ବସିବ। ଏହି ୭ ଦିନ ମଧ୍ୟରେ ବିଭିନ୍ନ କୁଳପତିମାନେ ବିଭିନ୍ନ କଲେଜର ପ୍ରିନ୍ସିପାଲ ଓ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ। ଏହାପରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ସୂଚନାଯୋଗ୍ୟ, ସ୍ନାତକ(ୟୁଜି) ଓ ସ୍ନାତକୋତ୍ତର (ପିଜି)ର ନାମଲେଖା, ପାଠପଢା ଓ ପରୀକ୍ଷା ନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ରାଜ୍ୟର ସମସ୍ତ ବଶ୍ୱବିଦ୍ୟାଳୟ କୁଳପତିମାନଙ୍କ ବୈଠକ ହେବ । ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏହି ବୈଠକରେ ଅଧ୍ୟକ୍ଷତା କରିବେ । ଲକ୍‌ ଡାଉନ ବେଳେ ପାଠପଢ଼ା ସହିତ ୟୁଜି/ପିଜି ପରୀକ୍ଷା ନେଇ କୁଳପତିମାନଙ୍କ ମତାମତ ନିଆଯିବ ।

Related Articles

Leave a Reply

Your email address will not be published.

Back to top button